ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା

ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ବଢ଼ୁଥିବା ବେଳେ ଗଣମାଧ୍ୟମ ଆଗରେ ତାଙ୍କ ସାଙ୍ଗ ରାହୁଲ ରାଉତ ଦେଇଛନ୍ତି ବିସ୍ଫୋରକ ବୟାନ। ଅକ୍ଷୟଙ୍କ ମୃତ୍ୟୁର ପୂର୍ବ ଦିନ ତାଙ୍କ ବାନ୍ଧବୀ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲେ ବୋଲି ସେ କହିଛନ୍ତି।ସେ କହିଛନ୍ତି, ଅକ୍ଷୟଙ୍କ ବାନ୍ଧବୀ ତାଙ୍କୁ ଧମକାଇ କହିଥିଲେ ଯେ ତାଙ୍କ ବାପା ତମାଣ୍ଡୋର ଜଣେ ବଡ଼ ଗୁଣ୍ଡା। ଅକ୍ଷୟଙ୍କୁ ସେ ସାଇଡ୍ ହୋଇଯିବା ପାଇଁ କହିଥିଲେ। ଅକ୍ଷୟଙ୍କ ବାନ୍ଧବୀ ଅନ୍ୟ ପୁଅ ସହିତ ସମ୍ପର୍କରେ ଥିଲେ। ଅକ୍ଷୟଙ୍କୁ ସାଇଡ୍ କରି ତାଙ୍କ ସହିତ ରିଲେସନ୍‌ଶିପ୍‌ରେ ରହିବାକୁ ଚାହୁଁଥିଲେ। କିନ୍ତୁ ଅକ୍ଷୟ ଏହାକୁ ଗ୍ରହଣ କରିପାରୁ ନଥିଲେ। ଏଥିପାଇଁ ଅକ୍ଷୟ ମାନସିକ ଚାପରେ ଥିଲେ ଓ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।

ରାହୁଲ ଆହୁରି କହିଛନ୍ତି, ଅକ୍ଷୟଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ କରିଦେବେ ବୋଲି ସେମାନେ ଧମକ ଦେଉଥିଲେ। ଏଥିପାଇଁ ସେମାନେ ଅକ୍ଷୟଙ୍କୁ ବ୍ଲାକ୍‌ ମେଲ କରୁଥିଲେ। ଅକ୍ଷୟଙ୍କ ମୋବାଇଲରେ ସବୁ ତଥ୍ୟ ରହିଛି। ପୁଲିସ ତଦନ୍ତ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ। ଅକ୍ଷୟଙ୍କ ଆତ୍ମହତ୍ୟା ପାଇଁ ସେ ଝିଅ ଓ ତାଙ୍କ ପୁରୁଷ ବନ୍ଧୁ ଦାୟୀ। ସେମାନଙ୍କୁ ଦଣ୍ଡ ଦିଆଯାଉ ଓ ଅକ୍ଷୟଙ୍କୁ ନ୍ୟାୟ ବୋଲି ତାଙ୍କ ସାଙ୍ଗ କହିଛନ୍ତି।

ସେହିଭଳି ଡିଜେ ଆଜେକ୍ସଙ୍କ ମା’ କହିଛନ୍ତି, ମୋ ପୁଅ ସହ ସେହି ଝିଅର ସମ୍ପର୍କ ବିଷୟରେ ମୁଁ ବର୍ଷେ ହେଲା ଜାଣିଥିଲି। ଗତ କାର୍ତ୍ତିକ ପୂର୍ଣ୍ଣିମାରେ ସେ ଝିଅ ସହିତ ମୋ ପୁଅ ମୋତେ ଦେଖା କରି ଦେଇଥିଲା। ସମାନ କାଷ୍ଟ ଥିବାରୁ ମୁଁ ସେ ଝିଅକୁ ବୋହୂ କରିବି ବୋଲି ରାଜି ହୋଇଥିଲି। ହେଲେ ଝିଅ ମୋ ପୁଅକୁ ବରବାଦ କରିଦେଲା। ମୋ ପୁଅକୁ ଫସାଇ ମାରିଦେଲା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp