ଟ୍ୱିର୍ଟର କୁ ଟକ୍କର ଦେବ ”ଥ୍ରେଡସ ଆପ୍ପ ” ଥ୍ରେଡସ
ଟ୍ଵିଟରକୁ ଟକ୍କର ଦେବାପାଇଁ ମେଟା ଆଣିଲା ନୂଆ ଆପ ଥ୍ରେଡସ ,ମାଗଣାରେ ୟୁଜର୍ସ ଉଠାଇପାରିବେ ଅନେକ ଫାଇଦା | ମେଟା ଯାହାକୁ ଆଗରୁ ଫେସବୁକ ନାମରେ ଜଣାଯାଉଥିଲା ଏବେ ତାର ଆସୁଛି ନୂଆ ବିକଳ୍ପ । ଫେସବୁକ ବଦଳରେ ଆପଣ ଏବେ ଏହି ନୂଆ ଆପ୍ କୁ ବ୍ୟବହାର କରିବେ। ସୂଚନା ଅନୁସାରେ ଏହି ନୂଆ ଆପ୍ ର ନାମ ଥ୍ରେଡସ ରଖାଯାଇପାରେ। ଏହା ଇନଷ୍ଟାଗ୍ରାମର ନୂଆ ଆପ୍ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଟ୍ଵିଟର କୁ ଟକ୍କର ଦେବା।
ଟେକ ସେକ୍ଟରରେ ମେଟା ସିିଇଓ ମାର୍କ ଜୁକରବର୍ଗ ଓ ଟ୍ଵିଟର ମାଲିକ ଏଲନ ମସ୍କ ମଧ୍ୟରେ ମତଭେଦ ହେବାରେ ଲାଗିଛି। ମେଟା ଯାହାକୁ ଆପଣ ପୂର୍ବରୁ ଫେସବୁକ ନାମ ରେ ଜାଣୁଥିଲେ। ଏବେ ତାହା ଏକ ନୂଆ ଆପ୍ ଲଞ୍ଚ କରିବ। ଏମିତିରେ ଟ୍ଵିଟର ସହିତ ଏହା ଭଲ ଭାବେ ମୁକାବିଲା କରିପାରିବ ବୋଲି ଆଶା ରହିଛି। ଏକ୍ସପର୍ଟଙ୍କ କହିବା ଅନୁସାରେ ଥ୍ରେଡସ ଆପ୍ ର ପ୍ରଥମ ପ୍ରିଭ୍ୟୁ ଗୁଗଲ ପ୍ଲେ ଷ୍ଟୋରରେ ଦେଖାଯିବ।ଫେସ୍ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତମାନ ଶେଷ ହୋଇସାରିଛି । ଏବେ ଇଣ୍ଟରନେଟ୍ରେ ଏହି ଆପ୍ର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
‘ଥ୍ରେଡସ୍’ , ଇନଷ୍ଟାଗ୍ରାମ ଭଳି ଆପ୍ , ଯାହାକି ଟ୍ୱିଟର ପରି ମଧ୍ୟ କାମ କରିବ। ଏଥିରେ ଆପଣ ଆପଣଙ୍କର ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଆପଣଙ୍କୁ ଏକ ଅପସନ୍ ଦେବ, ଏଠାରେ ଆପଣଙ୍କୁ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ଆପ୍ ର ଖବର ଆସିଛି ।