ଟ୍ୱିଟର ଟ୍ୱିଇଟି କଲେ ଗଣିବେ ଟଙ୍କା ।

ଯେତେବେଳେ ଆପଣ ଟ୍ୱିଟର ପାଇଁ ସାଇନ୍ ଅପ୍ କରନ୍ତି, ଆପଣଙ୍କର ଟ୍ୱିଟ୍ ଗୁଡିକ ଡିଫଲ୍ଟ ଭାବରେ ସର୍ବସାଧାରଣ ଅଟେ;ଏହାର ଅର୍ଥ ଯେ କେହି ଆପଣଙ୍କ ଟୁଇଟ୍ ଦେଖିପାରିବେ ଏବଂ ସେମାନଙ୍କ ସହିତ ଯୋଗାଯୋଗ କରିପାରିବେ |ଯଦି ତୁମେ ତୁମର ଟ୍ୱିଟ୍ ର ସୁରକ୍ଷା କରିବାକୁ ଚାହୁଁଛ, ତୁମେ ତୁମର ଆକାଉଣ୍ଟ୍ ସେଟିଙ୍ଗ୍ ମାଧ୍ୟମରେ ତାହା କରିପାରିବ | ହଲେ ଏବେ ଟ୍ୱିଇଟି କଲେ ଗଣିବେ ଟଙ୍କା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର, ବ୍ଲୁଟିକ୍ ସେବା ପାଇଁ ଭାରତରେ ଆରମ୍ଭ କରିଦେଇଛି ସବ୍ସକ୍ରିପସନ୍ ସେବା । ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡିବ । ତାହା ବି ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡିବ ।

ଭାରତରେ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ୍ ପାଇଁ ୟୁଜର୍ସଙ୍କୁ ୬୫୦ଟଙ୍କା ପ୍ରତି ମାସ ଦେବାକୁ ପଡିବ । ଏହି ଶୁଳ୍କ କେବଳ ୱେବ୍ ୟୁଜର୍ସଙ୍କ ପାଇଁ ଲାଗୁ ହେଉଥିବା ବେଳେ ମୋବାଇଲ୍ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି । ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ ।ଏଲନ୍ ମସ୍କ ଗତ ବର୍ଷ ୪୪ ବିଲିୟନ୍ ଡଲାର୍ ଦେଇ ଟ୍ୱିଟରକୁ କିଣିଥିଲେ । ଏହାପରେ ମାଇକ୍ରୋ ବ୍ଲଗିଂ ଆପ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିଛନ୍ତି ଏଲନ୍ ମସ୍କ । ପୂର୍ବରୁ ମଧ୍ୟ ଏଲନ ମସ୍କ ବ୍ଲୁ-ଟିକ୍ ପାଇଁ ଆଗକୁ ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରିଥିଲେ । ଯାହା ଏବେ ଲାଗୁ ହୋଇଛି ।

କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି । ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି । ସେହି ହିସାବରେ ଭାରତରେ ୟୁଜର୍ସଙ୍କୁ ୬୫୦ ଟଙ୍କା, ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଏବଂ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp