ଟ୍ଵିଟର ବାୟୋ ପରିବର୍ତ୍ତନ କଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ବିରୋଧ କରି ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଏକ ଦିନିଆ ସତ୍ୟାଗ୍ରହ କରିବେ। ଦଳର କହିବାନୁସାରେ, ରାହୁଲ ଗାନ୍ଧୀଙ୍କ ସହ ଏକତା ପ୍ରକାଶ କରି ଏହି ‘ସଙ୍କଳ୍ପ ସତ୍ୟଗ୍ରହ’ ସମସ୍ତ ପ୍ରଦେଶ ତଥା ଜିଲ୍ଲାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହେବ। ଏହା ସକାଳ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ ।

ଦିଲ୍ଲୀର ରାଜଘାଟରେ ଆୟୋଜିତ ‘ସଙ୍କଳ୍ପ ସତ୍ୟାଗ୍ରହ’ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଅଂଶଗ୍ରହଣ କରିବେ। ୨୦୧୯ ମାନହାନୀ ମାମଲାରେ ସୁରଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ କେରଳର ୱାୟାନାଦ ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଲୋକସଭାରୁ ଅଯୋଗ୍ୟ ହୋଇଥିଲେ। ଲୋକସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ରୁ ତାଙ୍କର ଅଯୋଗ୍ୟତା ଆଦେଶ କାର୍ଯ୍ୟକାରୀ ହେବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp