ଟ୍ରେଣ୍ଡିରେ ଶଙ୍ଖ ମୋ ଗର୍ବ ।
ଦିନେ ବିଜେପି ଏହି ଟ୍ରେଣ୍ଡ ଆରମ୍ଭ କରିଥିବା ବେଳେ ବିଜେପିର ଏହି ଫର୍ମୁଲା କୁ ବିଜେଡି ଆପଣାଇ ନେଇଥିବା ଜୋରସୋରରେ ଚର୍ଚ୍ଚା ହେଉଛି । ମୋଦୀଙ୍କ ଆହ୍ଵାନରେ ସୋସିଆଲ ମିଡିଆରେ ଦିନେ କମ୍ପି ଉଠୁଥିଲା ମୁଁ ଚୌକିଦାର । ମୋଦୀଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ ଲେଖି ଚାଲିଥିଲେ ମୁଁ ଚୌକିଦାର । ଆଉ ଏବେ ବିଜେପିର ଏହି ଆଇଡିଆକୁ ବିଜେଡି ଆପଣାଇ ନେଇଥିବା ଜୋର୍ ସୋରରେ ଚର୍ଚ୍ଚା ହେଉଛି । ତେବେ କେବଳ ଚର୍ଚ୍ଚା ଏତିକିରେ ସୀମିତ ହୋଇ ରହି ନାହିଁ । ଲୋକେ କହୁଛନ୍ତି ବିଜେଡିର ଅନେକ ନେତା ଦୁଇ ହଜାର ଚବିଶ ନିର୍ବାଚନ ପୂର୍ବରୁ ଦଳକୁ ବାଏ ବାଏ କରିବାର ସମ୍ଭାବନା ଥିବାରୁ ବିଜେଡି ଏହି ଟ୍ରେଣ୍ଡ୍ ସୃଷ୍ଟି କରିଛି । ସେପଟେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଏହି ଆଇଡିଆ ଯେତିକି ପ୍ରଭାବ ପକାଇବ ନାହିଁ ବିଜେଡିର ଏହି ନୂଆ ତ୍ରେଣ୍ଡ ଭୋଟରଙ୍କୁ ନିହାତି ଭାବେ ପ୍ରଭାବିତ କରିବ ଏହା ବିଜେଡି ଖୁବ୍ ଭଲ ଭାବେ ଜାଣିଛି ।
ସେପଟେ ଏଇ ନିକଟରେ ଘଟିଥିବା କିଛି ଘଟଣାକୁ ନେଇ ବିଜେଡି ମନରେ କୁଆଡେ ରହିଛି ପ୍ରବଳ ଭୟ । 2024 ନିର୍ବାଚନ ଡଙ୍ଗା ପାରି ହେବାକୁ ବିଜେଡି ପ୍ରସ୍ତୁତ କରୁଛି ପଥ । ନିକଟରେ ମମିତା ମେହେର ହତ୍ୟାକାଣ୍ଡ, ଗୋବିନ୍ଦ ସାହୁ ଜେଲ ଭିତରେ ମୃତ୍ୟୁ ବରଣ କରିବା, ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ କେଉଁଠି ନା କେଉଁଠି ବିଜେଡି ଉପରକୁ ଲୋକେ ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ଆଉ ଏହା ନିର୍ବାଚନରେ କୌଣସି ପ୍ରଭାବ ନ ପକାଉ ତେଣୁ ଶଙ୍ଖ ମୋ ଗର୍ବର ତ୍ରେଣ୍ଡ୍ ସୃଷ୍ଟି କରିଥିବା ଆଲୋଚନା ଜୋର୍ ଧରିଛି ।