ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି |

ହାତରୁ ଟାଇଟଲ ଯିବା ପରେ ଟିମ ଇଣ୍ଡିଆ ଉପରେ ଲାଗିଛି ଜରିମାନା ।ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ମ୍ୟାଚ ହାତରୁ ଯିବା ପରେ ସଂପୂର୍ଣ୍ଣ ଫି ମଧ୍ୟ ହାତରୁ ଯାଇଛି । ସ୍ଲୋ ଓଭର ରେଟ ଯୋଗୁଁ ଭାରତର ୧୦୦ ପ୍ରତିଶତ ମ୍ୟାଚ ଫି କଟିବା ସହିତ ଶୁଭମନ ଗିଲଙ୍କ ଉପରେ ଜରିମାନା ଲାଗିଛି । ଏହାବ୍ୟତୀତ WTC ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳ ଉପରେ ମଧ୍ୟ ଏହି ଜରିମାନା ଲାଗୁ କରାଯାଇଛି ।

ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ୧୦୦% ମ୍ୟାଚ ଫି ଜରିମାନା ଲାଗୁ କରାଯାଇଥିବା ବେଳେ ଅଷ୍ଟ୍ରେଲିଆ ଉପରେ ୮୦ ପ୍ରତିଶତ ଜରିମାନା ଲଗାଯାଇଛି । ସେହିପରି ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲଙ୍କୁ ସଂପୂର୍ଣ୍ଣ ମ୍ୟାଚ ଫି କଟିବା ସହିତ ୧୫% ଜରିମାନା ଲାଗୁ ହୋଇଛି । ଅର୍ଥାତ୍ ଗିଲଙ୍କ ଉପରେ ଏହି ମ୍ୟାଚର ୧୧୫ ପ୍ରତିଶତ ଜରିମାନା ଲାଗୁ ହୋଇଛି । ତେବେ ବିଶ୍ୱ ଟେଷ୍ଟ ଚାମ୍ସିପିଅନସିପ ଫାଇନାଲ ମ୍ୟାଚରେ ଭାରତ ଟ୍ରଫି ହରାଇବା ସହିତ ସମ୍ପୂର୍ଣ୍ଣ ମ୍ୟାଚ ଫି ମଧ୍ୟ ହରାଇଛି । ତେଣୁ ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆକୁ ଖାଲି ହାତରେ ଫେରିବାକୁ ପଡିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp