ଟାଇଗର VS ପଠାନରେ କେତେ ଟଙ୍କା ନେବେ ଦୁଇ ସୁପରଷ୍ଟାର?

୨୦୨୪ରେ ପରଦାକୁ ଆସିବ ଅପକମିଂ ଫିଲ୍ମ ଟାଇଗର VS ପଠାନ । ପରଦାରେ ମୁହାଁମୁହିଁ ହେବେ ଟାଇଗର-ପଠାନ । ଏକାଠି ଅଭିନୟ କରିବେ କିଙ୍ଗ ଖାନ୍‌ ଶାହାରୁଖ ଓ ସଲମାନ ଖାନ । ଫିଲ୍ମ ନିର୍ମାଣ କରୁଛି ୟସ ରାଜ ଫିଲ୍ମ । ତେବେ ଫିଲ୍ମ ପାଇଁ ସଲମାନ ଓ ଶାହାରୁଖ କେତେ ଟଙ୍କା ନେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇ ସୁପରଷ୍ଟାରଙ୍କୁ ଫିଲ୍ମରେ ଏକାଠି କରିବା କାଠିକର ପାଠ। ପୂର୍ବରୁ ଶାହାରୁଖ ଓ ସଲମାନଙ୍କୁ ଗୋଟିଏ ଫିଲ୍ମରେ ଏକାଠି ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନି । ଉଭୟେ ଏନେଇ ରାଜି ହୋଇନାହାନ୍ତି ।

ପ୍ରଯୋଜକ ଆଦିତ୍ୟ ଚୋପ୍ରା ଏହାକୁ ସମ୍ଭବ କରିପାରିଛନ୍ତି । ତେବେ ଫିଲ୍ମ ପାଇଁ ସଲମାନ ଓ ଶାହାରୁଖ କେତେ ଟଙ୍କା ନେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମର ପୂରା ବଜେଟ ଦୁହିଁଙ୍କୁ ଫି ଦେବାରେ ସରିଯିବ। ତେଣୁ ପ୍ରଡକ୍ସନ ହାଉସ ସେମାନଙ୍କୁ ଫିଲ୍ମର ଲାଭରୁ ଅଂଶ ଦେଇପାରେ । ମାତ୍ର ଆଦିତ୍ୟ ଚୋପ୍ରା ଏପରି ସେୟାର ଦେବାରେ ପସନ୍ଦ କରନ୍ତିନି। ତେଣୁ ଦୁଇ ସୁପରଷ୍ଟାରଙ୍କୁ କେତେ ପ୍ରାଇସ ଦେବେ ଆଦିତ୍ୟ ଚୋପ୍ରା ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp