ଝାରସୁଗୁଡା ରେ ଭୋଟ ଗ୍ରହଣ ପର୍ଯ୍ୟାୟ ଆରମ୍ଭ |
ଆଜି ହେଉଛି ଝାରସୁଗୁଡା ନିର୍ବାଚନ ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ |ଶାନ୍ତି ଶୃଙ୍ଖଳା ସହିତ ମତଦାନ ଜାରି ରହିଥିବା ବେଳେ ଏ ନେଇ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ଯୋଗେଇ ଦିଆଯାଇଛି | ସେହିପରି ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାର ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଛନ୍ତି | ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଶାନ୍ତି ଶୃଙ୍ଖଳା ସହ ମତାଦାନ ଜାରି ରହିଛି । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।