ଜୟ ନାରାୟଣ ମିଶ୍ରଙ୍କ ମୁଣ୍ଡ ଦୋଷ ଅଛି ।
ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କର ଅଛି ମୁଣ୍ଡ ଦୋଷ । କେବଳ ମୁଣ୍ଡ ଦୋଷ ନୁହେଁ ମିଶ୍ର ବାବୁଙ୍କର କୁଆଡେ ରହିଛି ପ୍ରଚଣ୍ଡ ମୁଣ୍ଡ ଦୋଷ । ଆଉ ତା ସହିତ ଜୟ ନାରାୟଣ ମିଶ୍ର ମଧ୍ୟ ସ୍ମୃତି ଶକ୍ତି ହରାଇ ବସିଥିବା ଚାରି ଆଡ଼େ ଚର୍ଚ୍ଚା ହେଉଛି । ହଁ ଦର୍ଶକ ବନ୍ଧୁ ଏକଥା ଆମେ କହୁନୁ ଏ କଥା କହିଛନ୍ତି ବିଧାୟକ ଅରୁଣ ସାହୁ । ଅରୁଣ ସାହୁଙ୍କ କହିବା କଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ବିବୃତ୍ତି ରଖି ସାରିଛନ୍ତି ଆଉ ଏହା ପରେ ମଧ୍ୟ ବିରୋଧୀ ଦଳ ନେତା ବିଭ୍ରାନ୍ତି କରଣ ମନ୍ତବ୍ୟ ଦେଉଛନ୍ତି । ଗୃହରେ ଓଡ଼ିଶାର ବିକାଶ ମୂଳକ କଥା ଆଲୋଚନା ହେବା ଜାଗାରେ ବିରୋଧୀ ଗୃହ ଚଳାଇ ଦେଉ ନାହାଁନ୍ତି ଯାହା ପଛରେ କେବଳ କିଛି ଉଦ୍ୟଶ ହିଁ ଲୁଚି ରହିଛି । ଆଉ ଏତିକି ବେଳେ ଏମିତି କିଛି କହୁ କହୁ ଜୟ ନାରାୟଣ ମିଶ୍ରଙ୍କୁ ନେଇ ଅରୁଣ ସାହୁ ଯାହା କହିଥିଲେ ତାହା ସାରା ଓଡିଶାକୁ ଦୋହଲାଇ ଦେଇଛି । ଏବେ ଗାଁ ଗାଁ ରେ ଗୋଟିଏ କଥା ସତରେ କଣ ଅରୁଣ ସାହୁ ଯାହା କହିଲେ ତାହା ସତ ? ସତରେ କଣ ବିରୋଧୀ ନେତା ମିଶ୍ର ବାବୁ ହରାଇଛନ୍ତି ସ୍ମୃତି ଶକ୍ତି ଏ ପ୍ରଶ୍ନ ମଧ୍ୟ ଏବେ ଜନ ସାଧାରଣଙ୍କ ମନରେ ଉଙ୍କି ମାରିଲାଣି । ତେବେ ବାସ୍ତବରେ ସତ କଣ ତାହା କେବଳ ଅରୁଣ ସାହୁ ହିଁ ଜାଣିଥିବେ ।