ଜ୍ଞାନବାପୀ ମସଜିଦ୍ ମାମଲାରେ ହାଇକୋର୍ଟରୁ ଝଟକା |
ଦେଶ ବିଦେଶନ୍ୟୁଜ୍ଉତ୍ତର ପ୍ରଦେଶ ବାରଣାସୀରେ ଥିବା ଜ୍ଞାନବାପୀ ମସଜିଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମୁସଲିମ୍ ପକ୍ଷ ଆବେଦନକୁ ଖାରଜ କରିଦେଇଛନ୍ତି । ବାରଣାସୀ ଅଦାଲତରେ ଶୃଙ୍ଗାର ଗୌରୀଙ୍କ ନିୟମିତ ପୂଜା ମାମଲା ଜାରି ରହିବ । ଆହ୍ଲାବାଦ ହାଇକୋର୍ଟ ବାରଣାସୀ ଜିଲ୍ଲା ଜର୍ଜ ସେପ୍ଟେମ୍ବର ୧୨ ତାରିଖରେ ଦେଇଥିବା ରାୟକୁ ଅକ୍ଷୂର୍ଣ୍ଣ ରଖିଛନ୍ତି ।
ରାକ୍ଷୀ ସିଂ ଓ ଅନ୍ୟ ମହିଳାଙ୍କ ମାମଲା ବିରୋଧରେ ଜ୍ଞାନବାପୀ ମସଜିଦର ଇନ୍ତଜାମିଆ କମିଟି ବାରଣାସୀ ଜିଲ୍ଲା ଅଦାଲତରେ ଅଭିଯୋଗ କରିଥିଲେ । ଗତବର୍ଷ ସେପ୍ଟେମ୍ବର ମାସ ୧୨ ତାରିଖରେ ବାରଣାସୀ ଜିଲ୍ଲା କୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ମସଜିଦ୍ କମିଟି ସମାନ ଆବେଦନ ନେଇ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ବି ବାରଣାସୀ ଜିଲ୍ଲା କୋର୍ଟର ରାୟକୁ ଅକ୍ଷୂର୍ଣ୍ଣ ରଖିଛନ୍ତି ।