ଜୁଲାଇ ଦ୍ୱିତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା ସୂଚନା ଦେଲା ପାଣିପାଗ ବିଭାଗର

ସକ୍ରିୟ ଲଘୁଚାପ ଓ ଶକ୍ତିଶାଳୀ ମୌସୁମୀ ବାୟୁ ପ୍ରବାହ ଯୋଗୁଁ, ଗତ ୫ ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୬ ଦିନ ଅର୍ଥାତ ୩ ଜୁଲାଇ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଫଳରେ ରାଜ୍ୟରେ ପାଗ ଖରାଟିଆ ରହିବା ସହ ଦିନ ତାପମାତ୍ରା ବଢ଼ିବ ବୋଲି ଜଣାପଡ଼ିଛି।
ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଜି ଯାଏ ଭଲ ବର୍ଷା ହୋଇଥିବା ବେଳେ ଏବେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା କରାଇବ। ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ। କାରଣ ଜୁଲାଇ ୩ ତାରିଖ ଯାଏ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ ନାହିଁ। ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ସପ୍ତାହକ ମଧ୍ୟରେ ମାତ୍ର ୨୦ରୁ ୨୫ ମିମି ବର୍ଷା ହୋଇପାରେ। ୨୯ ତାରିଖରୁ ତାପମାତ୍ରା ବଢ଼ିବ। ପାଗ ଆଂଶିକ ମେଘୁଆ ଓ ଖରାଟିଆ ରହିବ। ଜୁଲାଇ ଦ୍ବିତୀୟ ସପ୍ତାହରେ ଆଉ ଏକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଦ୍ବାରା ମୌସୁମୀ ପୁଣି ସକ୍ରିୟ ହୋଇଯିବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp