ଜୁଲାଇରେ ଚନ୍ଦ୍ରୟାନ-୩କୁ ଲଞ୍ଚ କରିପାରେ ISRO।

ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରୟାନ-୩କୁ ଲଞ୍ଚ କରାଯାଇ ପାରେ। ଯଦିଓ ଏହାର ଅନ୍ତିମ ତାରିଖ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ଭାରତ ନିରନ୍ତର ଉଦ୍ୟମ କରୁଛି। ଆଗାମୀ ଦିନରେ ଭାରତ ମଧ୍ୟ କହିପାରେ ଯେ ଚନ୍ଦ୍ର ପୃଥିବୀର ଅତି ନିକଟରେ ରହିଛି। କାରଣ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୩’କୁ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଅଛି। ଏହି ମହାକାଶଯାନ UR Rao ସାଟେଲାଇଟ୍ ସେଣ୍ଟରରେ ପେଲୋଡ୍‌ର ଅନ୍ତିମ ଆସେମ୍ବ୍ଲିରେ ପହଞ୍ଚିଛି।କହି ରଖୁଛୁ ଯେ ‘ଚନ୍ଦ୍ରୟାନ-୩’ ମିଶନ ଲ୍ୟାଣ୍ଡିଂ ସାଇଟ୍‌ ଆଖାପାଖରେ ଲୁନାର ରେଜୋଲିଥ୍‌, ଲୁନାର ସିସ୍‌ମିସିଟି, ଲୁନାର ସର୍‌ଫେସ୍‌, ପ୍ଲାଜମା ଏନ୍‌ଭାୟରନମେଣ୍ଟ ଏବଂ ଏଲିମେଣ୍ଟର ଥର୍ମୋ-ଫିଜିକାଲ୍‌ ପ୍ରପର୍ଟିଜ୍‌ ଅଧ୍ୟୟନ କରିବା ପାଇଁ ବୈଜ୍ଞାନିକ ଉପକରଣ ବହନ କରିବ।

ରିପୋର୍ଟ ମୁତାବକ, ମହାକାଶଯାନ ଜୁଲାଇରେ ଲଞ୍ଚ୍‌ ହେବାକୁ ଯାଉଛି। ଜଣେ ବରିଷ୍ଠ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରୟାନ-୩କୁ ଲଞ୍ଚ କରାଯାଇ ପାରେ। ଯଦିଓ ଏହାର ଅନ୍ତିମ ତାରିଖ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଚଳିତ ବର୍ଷ ମାର୍ଚ୍ଚରେ ଚନ୍ଦ୍ରୟାନ-୩ ମହାକାଶଯାନ ଆବଶ୍ୟକୀୟ ପରୀକ୍ଷାକୁ ସଫଳତାର ସହ ସମାପ୍ତ କରିଥିଲା।ଚନ୍ଦ୍ରୟାନ ମିଶନର ତୃତୀୟ ମହାକାଶଯାନକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ସବୁଠୁ ଭାରୀ ଉତ୍‌କ୍ଷେପଣ ଯାନ ମାର୍କ-IIIରୁ ଲଞ୍ଚ୍‌ କରାଯିବ। ଏହାକୁ GSLV Mk III ମଧ୍ୟ କୁହାଯାଏ। ମହାକାଶଯାନରେ ତିନୋଟି ସିଷ୍ଟମ୍ ଯୋଡା ଯାଇଛି, ଯେଉଁଥିରେ ପ୍ରୋପୁଲେସନ, ଲ୍ୟାଣ୍ଡର ଏବଂ ରୋଭର ରହିଛି। ISRO ମୁଖ୍ୟ ଏସ୍‌. ସୋମନାଥ ନିକଟରେ କହିଥିଲେ ଯେ ଚନ୍ଦ୍ରୟାନ-୩ର ପ୍ରଥମ ଉଦ୍ଦେଶ୍ୟ ହେଉଛି ସଠିକ୍‌ ଅବତରଣ କରିବା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp