ଜୁନ୍ ୭ରୁ ୧୧ ଖେଳାଯିବ ଫାଇନାଲ ମ୍ୟାଚ୍ |

ଫାଇନାଲ ହେଲା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ |ଏହି ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ବୁଧବାର ଆଇସିସି ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚର ତାରିଖ ଘୋଷଣା ହୋଇଛି । ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଜୁନ୍ ୭ ତାରିଖରୁ ୧୧ ତାରିଖ ଯାଏଁ ଖେଳାଯିବ । ଜୁନ୍ ୧୨ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ତେବେ ଏହା ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ପ୍ରଥମ ସଂସ୍କରଣ ଭାରତ-ନ୍ୟୁଜିଲାଣ୍ଡ ଭିତରେ ଖେଳାଯାଇଥିଲା, ଏହି ମ୍ୟାଚ୍ ସେତେବେଳଏ ସାଉଥ୍ ହମ୍ପଟନରେ ଖେଳାଯାଇଥିଲା । ଏହି ଫାଇନାଲ୍ ମ୍ୟାଚରେ ବିଜୟ ହାସଲ କରି ଟେଷ୍ଟ ଚାମ୍ପିୟନ୍ ହୋଇଥିଲା ନ୍ୟୁଜିଲାଣ୍ଡ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp