ଜିଓ ଦେବ କମ ଦାମରେ ୮୪ ଦିନର ଫାଇଦା

ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଛି ବଢ଼ିଆ ସୁପରହିଟ ପ୍ଲାନ। ଏହି ପ୍ଲାନରେ ମାସକୁ କେବଳ ୨୪୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯାହାକି ବହୁତ ସୁବିଧା ଯୋଗାଇବ। ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ ଡାଟା ଓ କଲିଂ ର ଲାଭ ମିଳିବ। ଏହାର ଭାଲିଡିଟି ୮୪ ଦିନ ପର୍ଯ୍ୟନ୍ତ ରହିଛି। ଏହାକୁ ବ୍ୟବହାର କରି ଜିଓ ୟୁଜର୍ସ ନିଜର ସବୁ ଆବଶ୍ୟକତାକୁ ପୂରଣ କରିପାରିବେ। ଜିଓର ନୂଆ ଧମାକାଦାର ପ୍ଲାନ। କମ ଦାମରେ ଆପଣ ୮୪ ଦିନ ପର୍ଯ୍ୟନ୍ତ ଉଠାଇପାରିବେ ଅନଲିମିଟେଡ ଫାଇଦା। କଲିଂ ସହିତ ଇଣ୍ଟରନେଟ ସବୁର ମିଳୁଛି ଢ଼େରସାରା ବେନିଫିଟ୍‌ସ। ଜାଣନ୍ତୁ ଏହି ନୂଆ ପ୍ଲାନ ବିଷୟରେ..

ଜିଓର ୭୧୯ ଟଙ୍କା ପ୍ଳାନ:

ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତ୍ୟେକ ଦିନ ୨ ଜିବି ଡାଟା ମିଳିବ। ମାନେ ମୋଟ ୧୬୮ ଜିବି ଡାଟା ଦିଆଯିବ। ୟୁଜର୍ସ ଅନଲିମିଟେଡ ୫ଜି ଡାଟାର ବ୍ୟବହାର କରିପାରିବେ। ଅନଲିମିଟେଡ କଲିଂ ସୁବିଧା ମଧ୍ୟ ଆପଣ ଉଠାଇପାରିବେ। ଏଥିରେ ଦୈନିକ ୧୦୦ ମେସେଜ ମିଳିବ। ଏହାବ୍ୟତିତ ପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ ର ମାଗଣା ସବସ୍କ୍ରିପସନ ମିଳିବ। ଏହି ପ୍ଳାନରେ ମାସକୁ ଚାର୍ଜ ୨୪୦ ଟଙ୍କା ରହିବ।

ଜିଓ ୨୯୯ ଟଙ୍କା ପ୍ଲାନ:

୨୮ ଦିନର ବୈଧତା ସହିତ ୨୯୯ ଟଙ୍କାର ଏହି ପ୍ଳାନରେ ମୋଟ ୫୬ ଜିବି ଡାଟା ମିଳୁଛି। ଏଥିରେ ୨ ଜିବି ଦୈନିକ ଡାଟା ମିଳିବ। ଏହି ପ୍ଳାନରେ ଅନଲିମିଟେଡ କଲିଂ ସୁବିଧା ମିଳୁଛି। ଏଥିରେ ପ୍ରତ୍ୟେକ ଦିନ ୧୦୦ ମେସେଜ ଲିମିଟ ଦିଆଯିବ। ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ ର ମାଗଣା ସବସ୍କ୍ରିପସନ ମିଳିବ। ଯଦି ଆପଣ ଏହି ନୂଆ ପ୍ଳାନର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ୭୧୯ ଟଙ୍କାର ପ୍ୟାକ ରିଚାର୍ଜ କରନ୍ତୁ। କାରଣ ଏହା ଆପଣଙ୍କୁ ଅଧିକ ଫାଇଦା ଦେବ। ଏମିତିରେ ଆପଣଙ୍କୁ ମାସିକ ମାତ୍ର ୨୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp