ଜାମିନ ମିଳିଲା ସ୍ୱପ୍ନା ଗିଲଙ୍କୁ

ୟୁଟ୍ୟୁବର ସ୍ୱପ୍ନା ଗିଲ୍‌ ଟିମ୍‌ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶ’ଙ୍କଙ୍କୁ ଆକ୍ରମଣ କରି ଗିରଫ ହୋଇଥିଲେ । ଏବେ ତାଙ୍କୁ ମିଳିଯାଇଛି ଜାମିନ। ତେବେ ଜାମିନ ମିଳିବା ପରେ ସ୍ୱପ୍ନା ପୃଥ୍ଵୀ ତାଙ୍କ ସାଙ୍ଗ ଆଶିଷ ଯାଦବଙ୍କ ବିରୋଧରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ନିକଟରେ ମୁମ୍ବାଇର ଏକ ହୋଟେଲରେ ସ୍ୱପ୍ନା ଗିଲ୍‌ ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଆଶିଷ ଯାଦବ ସହିତ ସେଲଫିକୁ ନେଇ ବିବାଦ ଲାଗିଥିଲା। ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀଙ୍କ ଉପରେ ଆକ୍ରମଣ କରି କାର କାଚ ଭାଙ୍ଗିଦେଇଥିଲେ । ଏହି ଘଟଣାରେ ୮ ଜଣଗିରଫହୋଇଥିଲେ । ଜାମିନରେ ଆସିବା ପରେ ସ୍ୱପ୍ନା ପୃଥ୍ଵୀ ଉପରେ ପାଲଟା ଅଭିଯୋଗ କରିଛନ୍ତି ।

ସ୍ୱପ୍ନା କହିଛନ୍ତି, କ୍ଲବରେ କ୍ରିକେଟର ନିଶାରେ ଚୁର ଥିଲେ । ମୋ ସାଙ୍ଗ ସେଲଫି ନେବା ପାଇଁ ଯାଇଥିବା ବେଳେ ଝଗଡା ହୋଇଥିଲା । ପୃଥ୍ଵୀ ଏବଂ ତାଙ୍କ ସାଙ୍ଗ ପ୍ରଥମେ ଉସକାଇଥିଲେ । ତା୩ ପରେ ଝଗଡା ବଢିଥିଲା।ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଠାରୁ ବାହାରିବା ସମୟରେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । ସେଠାରେ କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସ୍ୱପ୍ନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । କିଛି ଦୂର କାରରେ ଯିବା ପରେସେମାନେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।

ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ରାତ୍ର ଭୋଜନ କରି ଶ’ ଓ ତାଙ୍କ ବନ୍ଧୁ ହୋଟେଲ୍ରୁ କାର ରେ ବାହାରିବା ପରେ ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ବାଟରେ ଅଟକାଇ ସେମାନେ ଶ’ ଓ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ହାତରେ ସେମାନେ ବେସ୍ବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସ୍ୱପ୍ନା ଗିଲ୍ ବେସ୍ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କା ରକୁ ପିଟିଥିଲେ କରିଥିଲେ। ଓସିୱାରା ଥାନା ପୋଲିସ ସ୍ୱପ୍ନା ଗିଲ୍ଙ୍କୁ ଅଟକ ରଖି ଅଧିକ ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp