ଜଙ୍ଗଲରୁ ୪୦ଦିନପରେ ଉଦ୍ଧାର ହେଲେ ୪ ଭାଇଭଉଣୀ !

ଜଙ୍ଗଲରୁ ୪୦ଦିନପରେ ଉଦ୍ଧାର ହେଲେ ୪ ଭାଇଭଉଣୀ ! ଆମାଜନ ଜଙ୍ଗଲରୁ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି ୪ ଭାଇଭଉଣୀ । ମେ ୧ ତାରିଖରେ ହୋଇଥିବା ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ସମସ୍ତେ ଜୀବିତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବୟସ ୧୩, ୯, ୪ ଏବଂ ଜଣେ ନବଜାତ ବୋଲି ଜଣାପଡିଛି । ତେବେ ଏଭଳି ଅବିଶ୍ବସନୀୟ ଘଟଣାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ।ଖବର ମୁତାବକ, ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୀର୍ଘ ଦିନ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲରେ ଖୋଜିବା ପରେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ପାଦ ଚିହ୍ନ ଦେଖି ଠାବ କରିଥିଲେ। ପିଲାମାନଙ୍କ ଶରୀରରେ ପାଣିର ଅଭାବ, ପିଲାଙ୍କ ଶରୀରକୁ ପୋକ ଖାଇଯାଇଥିଲେ । ସେମାନଙ୍କ ଶରୀର କ୍ଷୀଣ ହୋଇ ଯାଇଥିବା ବେଳେ ସେମାନେ ଖୁବ୍ ଦୁର୍ବଳ ଦେଖାଯାଉଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ସେମାନଙ୍କୁ ବିମାନ ଯୋଗ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ରହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp