ଛାତ୍ରୀ ଙ୍କୁ ଅପହରଣ ଉଦ୍ୟମ |
ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ.ତେବେ ଛାତ୍ରୀ ଜଣଙ୍କ କୌଶଳ କ୍ରମେ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ. ତେବେ ଖସିଯିବା ସମୟରେ ଦୁର୍ବୁତ୍ତ ମାନେ ଛାତ୍ରୀ କୁ ବ୍ଲେଡ ରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକ ରେ କ୍ଷତ ସୃଷ୍ଟି ହୋଇଛି. ସଂଜ୍ଞହୀନ ଅବସ୍ଥାରେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲ ରେ ଭର୍ତି କରିଥିଲେ. ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚିତ ବିଦ୍ୟାଳୟ ର ସୁମିନି ସେଠି. ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏ ଘଟଣା ଘଟିଥିବା ଜଣା ପଡିଛି. ଅନ୍ୟପhଟରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇ ଥିବା ବେଳେ ଗାଡି ଓ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି |