ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ପ୍ରଧାନ ଶିକ୍ଷକ ।
ବିଦ୍ୟାଳୟ ଶିକ୍ଷାର ମନ୍ଦିର ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ହେଉଛନ୍ତି ସାକ୍ଷାତ ଈଶ୍ଵର ।ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ବେଶ ଅଧିକ ରହିଥାଏ । ଅନ୍ଧକାର ରୁ ଆଲୋକକୁ,ଅବାଟରୁ ବାଟକୁ ଆଣିବାରେ ଗୁରୁଜୀ ଗୁରୁମାଙ୍କର ଗୁରୁ ଦାୟିତ୍ବ ଥାଏ । ହେଲେ ଏଠାରେ କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ମିଛ କହୁଛନ୍ତି ପ୍ରଧାନ ଶିକ୍ଷକ । ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ପିଲା ମାନଙ୍କର କ୍ଳାସ କରୁ ନାହାନ୍ତି ପ୍ରଧାନ ଶିକ୍ଷକ । ବିଭିନ୍ନ ବାହାନା ଦେଖାଇ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେବାକୁ ବସିଛନ୍ତି ପ୍ରଧାନ ଶିକ୍ଷକ ।
ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ମଙ୍ଗରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ । ଏହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିମାଇଁ ଚରଣ ବେହେରାଙ୍କ ନାମରେ ହୋଇଛି ଅଭିଯୋଗ । ସୂଚନା ଅନୁଯାୟୀ ପ୍ରଧାନଶିକ୍ଷକ ନିମାଇଁ ଚରଣ ବେହେରାଙ୍କ ପତ୍ନୀ ସରପଞ୍ଚ ଅଟନ୍ତି । ଆଉ ପତ୍ନୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ପ୍ରଧାନ ଶିକ୍ଷକ । ଯାହା ଫଳରେ ଠିକ ସମୟରେ ପ୍ରଧାନଶିକ୍ଷକ ସ୍କୁଲକୁ ଆସୁନଥିବା ଓ ଛାତ୍ରଛାତ୍ରୀଙ୍କ କ୍ଳାସ କରୁନଥିବା ଅଭିଯୋଗ ହେଉଛି । ତେବେ କେବଳ ଏତିକି ନୁହେଁ ସ୍କୁଲ ସମୟରେ ପ୍ରଧାନ ଶିକ୍ଷକ ପତ୍ନୀଙ୍କ ଡିୟୁଟି କରୁଥିବା ଭିଡିଓ ଭାଇରାଲ ହେଉଛି । ତେବେ ପ୍ରଶ୍ନ ଉଠୁଛି ଜଣେ ସରକାରୀ ଶିକ୍ଷକ ହୋଇ ମଧ୍ୟ କିପରି ପ୍ରଧାନ ଶିକ୍ଷକ ସରକାରୀ ନିୟମକୁ ଫୁ କରି ଉଡାଇ ଦେଲେ । ଜଣେ ପ୍ରଧାନ ଶିକ୍ଷକ ଯଦି ଏପରି କରନ୍ତି ତେବେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କରିବେ କଣ । ପ୍ରଧାନ ଶିକ୍ଷକଙ୍କୁ କଣ ଜଣା ନାହିଁ ନିୟମ ?
ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ତେବେ ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଅଭିଭାବକ ମାନଙ୍କ ମନରେ ଉଙ୍କି ମାରୁଥିବା ବେଳେ ଖବର ବାଜିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିଦ ଭାଙ୍ଗିବ ବୋଲି ଆଲୋଚନା ହେଉଛି ।