ଛକାରେ ଟାଟା କମ୍ପାନୀର ହେଲା କ୍ଷତି |

ଆଇପିଏଲ୍‌ ୨୦୨୩ ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନରେ ହରାଇଛି । ହେଲେ ଏହି ମ୍ୟାଚରେ ଚେନ୍ନାଇର ଓପନିଂ ବ୍ୟାଟର ଋତୁରାଜ ଗାଏକଓ୍ଵାଡଙ୍କ ଛକାରେ ଭାଙ୍ଗିଲା। ଛକା ମାରି ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରାଇଛନ୍ତି ଋତୁରାଜ ।ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟ୍ସମ୍ୟାନ ୠତୁରାଜ ଗାୟକଓ୍ଵାଡ ୩୧ ବଲରେ ୫୭ ରନ୍ କରିଥିଲେ । ୫ମ ଓଭରରେ ଗାଏକଓ୍ଵାଡ ବୋଲର କୃଷ୍ଣପା ଗୌତମଙ୍କ ବଲରେ ଏକ ଦମଦାର ଛକା ମାରିଥିଲେ । ବଲ୍ ବାଉଣ୍ଡ୍ରି ବାହାରେ ରଖାଯାଇଥିବା ଟାଟା କାରରେ ମାଡ ହୋଇଥିଲା । ଏଥିରେ ଟାଟା ଟିୟାଗୋ ଇଭି ଗାଡିର ଡୋରର ଗୋଟିଏ ପାର୍ଶ୍ୱ ବଙ୍କା ହୋଇ ଯାଇଥିଲା । ନିୟମ ଅନୁସାରେ କାରରେ ବଲ ବାଜିଲେ ୫ଲକ୍ଷ ଟଙ୍କା ଗରିବଙ୍କୁ ଦାନ ଦିଆଯିବ। ତେବେ ଏହି କାରଟି ପୁରସ୍କାର ପାଇଁ ରଖାଯାଇଛି ।

ବଲ୍‌ ବାଜିବା ପରେ ଟାଟା କମ୍ପାନୀ ଏବେ ୫ ଲକ୍ଷ ଟଙ୍କା ଗରିବକୁ ଦାନ କରିବ । ଏହି ଟଙ୍କା କର୍ଣ୍ଣାଟକର ଖେତରେ ଜୈବ ବିବିଧତା ବଢାଇବା ପାଇଁ ବ୍ୟବହାର କରାଯିବ ।ସୋମବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ ମ୍ୟାଚରେ ଋତୁରାଜ ଗାଏକଓ୍ଵାଡ ଏବଂ ଡିଭନ୍ କନୱେଙ୍କ ସହଭାଗୀତା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନ ରେ ପରାସ୍ତ କରିଛି । ୨୧୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ କରି ମ୍ୟାଚ୍ ହାରିଛି ଲକ୍ଷ୍ନୌ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp