ଚୁକ୍ତି କରି ଟଙ୍କା ଦେଉନଥିବା ବିବାଦରେ ଅକ୍ଷୟ ପରିଜା
ଚୁକ୍ତି କରି ଟଙ୍କା ଦେଉନଥିବା ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା । ପୁଣି ଥରେ ଅକ୍ଷୟ ପରିଜାଙ୍କ ବିରୋଧରେ ମାତିଲେ କଳାକାର । ଅକ୍ଷୟଙ୍କ ନିଜସ୍ୱ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ ଆଣିଛନ୍ତି କଳାକାର । ଅଭିନୟ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆସିଛି ।
ଭୁବନେଶ୍ୱରରେ ସୁଟିଂ ଚାଲିଥିବା ବେଳେ କଳାକାରମାନେ ପହଞ୍ଚି ହଙ୍ଗାମା କରିଥିବା ଦେଖିବାକୁ ମିଳୁଛି। କଳାକାରମାନଙ୍କ କହିବା ଅନୁଯାଇ ଆମ ସୁଟିଂ ସରିବା ପାଖାପାଖି ଅଢେଇ ମାସ ହୋଇଗଲାଣି । ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀ ମାସର ଟଙ୍କା ଏପର୍ଯ୍ୟନ୍ତ ମିଳିପାରିନି । ଦୀର୍ଘ ଦିନ ଅପେକ୍ଷା ପରେ ମାର୍ଚ୍ଚ ୧୬ରେ ସାରଙ୍କ ଅଫିସକୁ ଯାଇଥିଲୁ । ସେଠାରେ ସାର କହିଲେ ମୋର ଅନେକ ଲସ୍ ହୋଇଛି । ଆଉ ୧୫ଦିନ ଅପେକ୍ଷା କରିନିଅ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟଙ୍କା ମିଳିଲାନି । କେବେ ମିଳିବ ତାଙ୍କ ତାକୁ ହିଁ ଅପେକ୍ଷା ?