ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣା |

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ସହପାଠୀ ପ୍ରୀତିମାନଙ୍କ ଦେଙ୍କର ଆଜି ହେବ ଲାଇଡିଟେକ୍ସନ ଟେଷ୍ଟ। ପ୍ରୀତିମାନଙ୍କ ସହ ତାଙ୍କ ସହଯୋଗୀ ମାନସ ଟୁଡୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ। ଏଥିପାଇଁ ଉଭୟଙ୍କୁ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ପୁଲିସ ଟିମ୍ ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବକୁ ଆଣିଛି। ଆଜି ସେମାନଙ୍କର ଲାଇଡିଟେକ୍ସନ ଟେଷ୍ଟ କରାଯିବ। ସେମାନେ ଘଟଣା ସମ୍ପର୍କରେ ସତ କହୁଛନ୍ତି ନା ମିଛ କହୁଛନ୍ତି ଏହି ଟେଷ୍ଟରେ ଜଣାପଡ଼ିବ।

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ପୁଲିସର ୩ଟିମ୍‌ ଛାନଭିନ୍ ଜାରି ରଖିଛି। ଭୁବନେଶ୍ୱର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡ଼ା ଘରେ ପହଞ୍ଚି ବୁର୍ଲା ପୁଲିସ ଟିମ୍‌ ତନାଘନା କରିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp