ଚାଷ ପାଇଁ କଣ ସବୁ ସୁବିଧା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ଆମ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ, କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକ ମାନଙ୍କ ନିରାପତା ସହିତ ରାଜ୍ୟ ରେ ଦାରିଦ୍ର୍ୟ ଦୁରୀକରଣରେ ଗୁରୁତ୍ଵାପୁର୍ଣ ଭୂମିକା ନେଇଛନ୍ତି ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ପରିପେକ୍ଷୀରେ ବିଭିନ୍ନ କୃଷି ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ କୃଷି କ୍ଷେତ୍ରରେ କୃଷକ ମାନେ  କିଭଳି ଆଗକୁ ଯାଇ ପାରିବେ ଏବଂ ରାଜ୍ୟରେ କୃଷି କିଭଳି ଆଧୁନିକ ପ୍ରଣାଳୀରେ ହୋଇପାରିବ ସେନେଇ ବିଶେଷ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ | ଲୋକମାନେ  ଆଗ ଅପେକ୍ଷା ଏବେ ମାତ୍ରାଧିକ ସଂଖ୍ୟା ରେ ସରକାରଙ୍କର ବିଭିନ୍ନ ପଦକ୍ଷପ ମାନଙ୍କୁ ମଧ୍ୟ ଗ୍ରହଣ କରିବା ଆରମ୍ଭ କରିଦେଲେଣି | ଓଡିଶା ହେଊଛି ଦେଶ ର ଏକମାତ୍ର ରାଜ୍ୟ ଯିଏ କୃଷକ ମାନଙ୍କୁ ଫସଲ ବୀମା ମାଗଣାରେ ଯୋଗାଇ ଦେଉଛି | ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ନେଇ ସହାୟତା ପାଇଁ କାଳିଆ ଯୋଜନା ଘୋଷଣା କରି ଏହା ଅନ୍ତର୍ଗତ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଏବଂ ଖରିଫ ଋତୁ ରେ ଚାଷ କରିବା ପାଇଁ 25000 ଟଙ୍କା ସହାୟତା ରାଶି ଘୋଷଣା କରୁଛନ୍ତି | ଜୀବିକା ନିର୍ବାହ ପାଇଁ ଭୂମିହୀନ ଚାଷୀ ପରିବାର କୁ କୃଷି ଭିତିକ କାର୍ଯ୍ୟ ନିମନ୍ତେ 12500 ଟଙ୍କା ଆର୍ଥୀକ ସହାୟତା ଵେବସ୍ଥା  ମଧ୍ୟ ରହିଛି | ଆଉ ମଧ୍ୟ ଅସମର୍ଥ କୃଷି ପରିବାର ଓ ଭୂମିହୀନ ଶ୍ରମିକଙ୍କୁ ପ୍ରତି ବର୍ଷ 10 ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି | ସବୁଠାରୁ ବଡ କଥା ହେଉଛି ପଚାଶ ହଜାର ଟଙ୍କା ପର୍ଯନ୍ତ ଫସଲ ଋଣ ବିନା ଶୁଦ୍ଧ ରେ ପ୍ରଦାନ କରାଯିବାର ବ୍ୟବସ୍ତା ମଧ୍ୟ ରହିଛି | କୃଷି କଲେ ଉନ୍ନତ, ସକାଳ ଉନ୍ନତି ଏହି ବାର୍ତା ନେଇ ନବୀନ ସରକାର ବିକାଶ ର କାର୍ଯ୍ୟ କୁ ଆଗେଇ ନେଇଛନ୍ତି , ଏବଂ ଏହାକୁ ସୁଚାର ରୂପେ ନିର୍ବାହ କରୁଛନ୍ତି 5t ସଚିବ ଭି.କେ ପଂଡିୟାଂ | ଗାଁ ଗାଁ ରେ ଅଭିଯୋଗ ଶୁଣାଣି ଶିବିର କରି ସିଧା ସଳଖ ଲୋକଙ୍କ ପାଖରେ ପହଁଚିବା ସହିତ ନବୀନଙ୍କ ବିକାଶର ବାର୍ତା ସାରା ଓଡ଼ିଶାରେ ପହଞ୍ଚାଉଛନ୍ତି | କୃଷି ମାନଙ୍କ ଅଭିଯୋଗ କୁ ବେଶ ପ୍ରଧ୍ୟାନ୍ୟ ଦେଉଛନ୍ତି  | ଏହାକୁ ଆଖି ଆଗରେ ରଖିଲେ କୃଷକ ଓ କୃଷି ବିକାଶର ପୁରୋଧା ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପାଟ୍ଟନୟକଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି |

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp