ଚର୍ଚ୍ଚାରେ କ୍ୟାପଟେନ ଦିବ୍ୟ ଶଙ୍କରଙ୍କ ଦ୍ୱିତୀୟ ବିବାହ |

ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ହୋଇଥିଲା ବିବାହ । ତେବେ ଲୋକଙ୍କ ମନରେ ବର୍ତ୍ତମାନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିବାହକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । କାହିଁକି ହୋଇଥିଲା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିବାହ ବିଚ୍ଛେଦ । କାହିଁକି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରଥମ ପତ୍ନୀ ଦୁରେଇ ଗଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଖରୁ । ଗୋଟେ ପଟେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାମ ଉଠୁଥିବା ବେଳେ ଅନ୍ୟପଟେ ଗୋବିନ୍ଦ ସାହୁଙ୍କ ହତ୍ୟା ପରେ ତେଜି ଉଠିଥିଲା ଦିବ୍ୟ ଶଙ୍କର ମିଶ୍ରଙ୍କ ନାମ ।

ହେଲେ ଏହି ଘଟଣାର କୌଣସି ଖୋଳ ତାଡ଼ ହେଲା କି ନାହିଁ ସେହି ଖବର ଜନ ସାଧାରଣଙ୍କ ପାଖରେ ପହଞ୍ଚି ନଥିବା ବେଳେ ଏବେ ମନ୍ତ୍ରୀ ମିଶ୍ରଙ୍କ ବିବାହକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଲୋକେ । ଜଣେ ମନ୍ତ୍ରୀ ହୋଇ ଅନେକ ବିବାଦରେ ଛନ୍ଦି ହେବା ଓ ପରେ ଦ୍ଵିତୀୟ ବିବାହ କରିବା ବର୍ତ୍ତମାନ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ସେପଟେ ବିବାହର ଅନେକ ଦିନ ପରେ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଏବେ ଦିବ୍ୟ ଶଙ୍କର ମିଶ୍ର ଆଉ ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାମ କୁ ବିରୋଧି ଉଠାଉ ଥିବା ବେଳେ ଘଟଣାର ମୋଡ଼ କେଉଁ ଆଡେ ଯିବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp