ଗୋଲଡେନ୍‌ ବାବାଙ୍କ ୫୧ ଲକ୍ଷ ଟଙ୍କାର ଅଡି କାରକୁ ସିଜ୍‌ କଲା ED

ଗୋଲଡେନ୍‌ ବାବାଙ୍କ ଅଡି କାରକୁ ସିଜ୍‌ କଲା ED । ଗତ ଏପ୍ରିଲ ୨୬ ତାରିଖରେ ଭୁବନେଶ୍ଵର IRC ଭିଲେଜ୍‌ରୁ ଅଡି କାରକୁ ଉଠାଇନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଅଡି କାରର ମୂଲ୍ୟ ୫୧ଲକ୍ଷ ଟଙ୍କା ହେବ । ଏହାକୁ PMLA ଆକ୍ଟରେ ସିଜ୍‌ କରିଥିବା ED ଦର୍ଶାଇଛି ।ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ ଗୋଲଡେନ ବାବାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମାମଲା ହାତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ରୁ ୫ ଜଣ ବ୍ୟକ୍ତିଙ୍କ ଠାରୁ ଠକିଥିଲେ ଗୋଲଡେନ ବାବା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp