ଗୋପାଳ ପୁଅଙ୍କ ମନରେ ସାଙ୍ଘାତିକ ଭୟ ।
ଗୋପାଳଙ୍କ ପୁଅଙ୍କ ମନରେ ଭୟ । ଗୋପାଳଙ୍କ ଜୀବନ ଜେଲ ଭିତରେ ସୁରକ୍ଷିତ ନୁହେଁ । ଗୋପାଳଙ୍କ ପୁଅଙ୍କ ମନରେ ଆଶଙ୍କା ବୃଦ୍ଧି ପାଉଥିଲା କି ତାଙ୍କ ବାପାଙ୍କ ଜୀବନ ବିପଦରେ ଅଛି । ଯଦି ଗୋପାଳ ଝାରସୁଗୁଡା ଜେଲ ଭିତରେ ରୁହନ୍ତି ତେବେ ପୁଅଙ୍କ କହିବା କଥା ତାଙ୍କ ବାପାଙ୍କୁ ଯୋଜନା କରି ମାରିଦିଆ ଯିବ । ନିକଟରେ ଗୋବିନ୍ଦ ସାହୁଙ୍କ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ । ଗୋବିନ୍ଦଙ୍କ ଜେଲ ମୃତ୍ୟୁ ଡ଼ରାଉଥିଲାଗୋପାଳଙ୍କ ପୁଅକୁ । ଆଉ ଗୋପାଳଙ୍କ ପୁଅଙ୍କ କହିବା କଥା ଗୋପାଳକୁ ଝାରସୁଗୁଡା ଜେଲରେ ନ ରଖି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ।ଯଦି ଗୋପାଳଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଏ ତାହେଲେ ଗୋଳଙ୍କର ଯଦି କିଛି ସମସ୍ୟା ହୁଏ ତେବେ ସେଥିପାଇଁ ପାଇଁ ଦାୟୀ ରହିବେ ଜେଲ କତ୍ତୃପକ୍ଷ । କାରଣ ଗୋବିନ୍ଦ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୋଲିସର କଡା ସୁରକ୍ଷା ବଳୟ ଭିତରେ ଥାଇ ଜେଲ ମଧ୍ୟରେ ଯେଉଁ ଭଳି ଗୋବିନ୍ଦର ମୃତ୍ୟୁ ହେଲା ତାହା ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା ଅଛି । ଗୋବିନ୍ଦଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ବେଳେ ଲୋକେ କିନ୍ତୁ ଏହି ଘଟଣାକୁ ସହଜେ ବିଶ୍ୱାସ କରି ପାରିନଥିଲେ । ଲୋକେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ, ଆତ୍ମହତ୍ୟା ନୁହେ ଏହା ଏକ ଷଡ଼ଯନ୍ତ୍ର ବୋଲି ଆଲୋଚନା କରିଥିଲେ । ତେବେ ନିକଟରେ ଏହି ଘଟଣା ଘଟିଥିବାରୁ ଗୋପାଳଙ୍କ ପୁଅ ମଧ୍ୟ ମନେ ମନେ ଭୟ କରୁଥିଲେ କି ତାଙ୍କ ବାପାଙ୍କ ଅବସ୍ଥା ମଧ୍ୟ ସେମିତି କୁଆଡେ ହୋଇଯିବ ।
କାରଣ ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପରେ ଏହି ହତ୍ୟାକାଣ୍ଡକୁ ନେଇ ଅନେକ ରହସ୍ୟ ଥିବା ଆଲୋଚନା ହେଉଛି । ତେବେ ଗୋପାଳଙ୍କ ପୁଅ ଏଭଳି ପ୍ରତିକ୍ରିୟା ରଖିବା ପରେ ଏବେ ଗୋପାଳ ଝାସୁଗୁଡା ଜେଲରୁ ଚୌଦ୍ଵାର ଜେଲକୁ ଆସିଥିବା ସୂଚନା ମିଳୁଛି । ହେଲେ ସେପଟେ ଗୋପାଳଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ରୁ ମଧ୍ୟ ସ୍ପଷ୍ଟ ବାରି ହେଉଛି ଯେ କେଉଁଠି ନା କେଉଁଠି ପତ୍ନୀ ମଧ୍ୟ ଭାବୁଛନ୍ତି କି ଗୋପାଳଙ୍କ ଜୀବନ ପ୍ରତି ବିପଦ ରହିଛି କାରଣ ତାଙ୍କ ପତ୍ନୀ କହିଛନ୍ତି ଗୋପାଳ ଯଦି ଭୁଲ କରିଛି ଦଣ୍ଡ ଦିଆଯାଉ ହେଲେ ହତ୍ୟା ନ କରାଯାଉ ।