ଗୋପାଳ କାନ୍ଦୁଛି ପଖାଳ ପାଇଁ ।

ଝାରସୁଗୁଡାରୁ ଆସି ଚୌଦାର ଜେଲରେ ପହଞ୍ଚି ଯାଇଛି ଅଭିଯୁକ୍ତ ଗୋପାଳ । ଆଉ ଗୋପାଳ ଚୌଦ୍ୱାର ଜେଲରେ ପହଁଚିବା ପରେ ଗୋପାଳକୁ ରୁଚୁନି ଜେଲ ଖାଇବା । ଗୋପାଳ ଜେଲ ଭିତରେ ଜେଲ ଖାଇବା ଖାଇ ଖାଇ ଏକ ଦମ ବୋର ହେଇଗଲାଣି । ତେଣୁ ଗୋପାଳ ହାତ ଯୋଡି ଗାର୍ଡଙ୍କୁ କହୁଛି ମତେ ଶାନ୍ତି ଦରକାର । ମତେ ଟିକେ ଶାନ୍ତି ଦିଅ । ଆଉ ମୁଁ ପଖାଳ ଖାଇଲେ ଶାନ୍ତି ହୋଇଯିବି । ମତେ ମୁଠେ ପାଖଳ ଆଉ ଆଳୁ ଭ୍ରତା ଦିଅ ମୁଁ ଶାନ୍ତିରେ ଖାଇଦେବି । ଜେଲ ଖାଇବା କୁଆଡେ ଗୋପାଳକୁ ଏକ ଦମ ବିରକ୍ତ କରିଦେଇ ସାରିଲାଣି ।

ହଁ ଦର୍ଶକ ବନ୍ଧୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସଙ୍କ ନୂଆ ଠିକଣା ବର୍ତ୍ତମାନ ଚୌଦ୍ୱାର ଜେଲ । ଗୋପାଳ ଯେତେବେଳେ ଝାରସୁଗୁଡା ଜେଲରୁ ଆସି ଚୌଦ୍ୱାର ଜେଲରେ ପହଞ୍ଚି ଥିଲା ସେ ଦିନ ରାତିରେ କୁଆଡେ ଗୋପାଳ ବିସ୍କୁଟ ଖାଇ ସୋଇ ପଡିଥିଲା । ଆଉ ରାତି ପାହି ସକାଳ ହେବା ପରେ ପରେ ଗୋପାଳ ଗାର୍ଡଙ୍କୁ ହାତ ଯୋଡି ଅନୁରୋଧ କରିଥିଲା ତାଙ୍କୁ ପାଖଳ ଗଣ୍ଡେ ଖାଇବାକୁ ଦେବା ପାଇଁ । ଗୋପାଳ କହିଥିଲା ମୋର ଆଉ କିଛି ଦରକାର ନାହିଁ ମୋର ମୁଠେ ପାଖଳ ଦରକାର । ଏହା ଶୁଣିବା ପରେ ଗାର୍ଡ ଗୋପାଳଙ୍କୁ ଚାହିଁଥିଲେ ମାତ୍ର ଗୋପାଳ ମାଗୁଥିବା ଖାଦ୍ୟ ଜେଲର ମେନୁରେ ନଥିବାରୁ ବାଧ୍ୟ ହୋଇ ଗୋପାଳ ଜେଲ ରେ ଦିଆଯାଇଥିବା ଖାଦ୍ୟ ଖାଇ ମନ ଦୁଃଖରେ ବସିଥିଲା। ଅନ୍ୟପଟେ ଗୋପାଳ ଦାସ ଯିଏ ପ୍ରଭାବଶାଳୀ ନେତାଙ୍କ ଜୀବନ ନେଇଗଲା ସେ ପଖାଳ ପାଇଁ। କେଉଁଭଳି ହାତ ଯୋଡୁଛି ତାହା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି । ସେପଟେ ନବ ଦାସଙ୍କ ମୃତ୍ୟୁକୁ ଏହାରି ଭିତରେ ଅନେକ ଦିନ ବିଟିଯାଇଥିବା ବେଳେ ଗୋପାଳ ଝାରସୁଗୁଡା ରୁ ଯାଇ ଚୌଦ୍ୱାର ଜେଲରେ ପହଞ୍ଚି ସାରିଲାଣି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହେଉନି ଗୋପାଳ କେଉଁ କାରଣକୁ ନେଇ ହତ୍ୟାକରିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ । ତେବେ ଏହି ସତ କେବେ ସାମ୍ନାକୁ ଆସିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp