ଗୋପାଳ କହିଲା ସତ ।

ବ୍ୟୁରୋ :ଏହାରି ଭିତରେ ପ୍ରଭାବ ଶାଳୀ ବ୍ୟକ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁକୁ ପୁରିଛି 9 ଦିନ । ଆଉ 9 ଦିନ ପରେ କୁଆଡେ ମୁଁହ ଖୋଲିଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଗୋପାଳ ଦାସ କ୍ରାଇମବ୍ରାଞ୍ଚ୍ ଆଗରେ ତୁଣ୍ଡ ଖୋଲି କହିଛି ସେ କାହିଁକି ଆଉ କଣ ପାଇଁ ନବ ଦାସଙ୍କୁ ହତ୍ୟା କରିଥିଲା । ଗୋପାଳର କିଛି ବ୍ୟକ୍ତି ଗତ ରାଗ ନଥିଲା ନବ ଦାସଙ୍କ ଉପରେ । ଗୋପାଳର କୌଣସି ଶତ୍ରୁତା ନଥିଲା ନବ ଦାସଙ୍କ ଉପରେ । ହେଲେ ଗୋପାଳ ଏହି କାରଣ ପାଇଁ ସରକାରୀ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲା ନବ ଦାସଙ୍କୁ । ସେହି କାରଣ ହେଉଛି ନବ ଦାସ କୁଆଡେ ଲୋକଙ୍କୁ ଆତଙ୍କିତ କରାଉଥିଲେ । ସେହି କାରଣ ହେଉଛି ନବ ଦାସ କୁଆଡେ ଲୋକଙ୍କୁ ଭୟଭୀତ କରି ରଖୁଥିଲେ । ଆଉ ଯେଉଁଟା ଗୋପାଳକୁ ପସନ୍ଦ ନଥିଲା। ଆଉ ଶେଷରେ ଏହାକୁ ସହି ନପାରି ଗୋପାଳ ନେଇଥିଲା ଏକ ବଡ ନିଷ୍ପତ୍ତି । ଚାରି ମାସ ଧରି କୁଆଡେ ଗୋପାଳ ଖୋଜୁଥିଲା ନବ ଦାସଙ୍କୁ ହତ୍ୟା କରିବାକୁ ସୁଯୋଗ । ଚାରି ମାସ ଭିତରେ ଗୋପାଳ ତିନି ଥର ନବ ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରି ଦୁଇ ଥର ଫେଲ୍ ମାରିଥିଲା । ଆଉ ଶେଷରେ ତୃତୀୟ ଥରରେ ଗୋପାଳ ତା ଲକ୍ଷ ପୂରଣ କରିଥିଲା । ଗୋପାଳ କ୍ରାଇମବ୍ରାଞ୍ଚ୍ ଆଗରେ ସତ ଓଗାଳି ଏପରି କିଛି କହିଛି । ଗୋପାଳ କହିଛି ଲୋକେ ତାଙ୍କୁ ଭୟ କରୁଥିଲେ ସେ ଲୋକଙ୍କୁ ଡରାଉ ଥିଲେ ତେଣୁ ମୋର ବ୍ୟକ୍ତିଗତ ରାଗ ନଥିଲେ ବି ମୁଁ ତାଙ୍କ ଜୀବନ ନେଇଗଲି । ତେବେ ଏବେ ଗୋପାଳ ଏମିତି କହିଥିବା ଶୁଣିବାକୁ ମିଳୁଥିବା ବେଳେ ଏହି ଘଟଣା କେତେ ସତ ଆଉ କେତେ ମିଛ ତାହା କେବଳ କ୍ରାଇମବ୍ରାଞ୍ଚ୍ ଅଧିକାରୀ ଜାଣିଥିବେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp