ଗୋପାଳର ଖିଲି ଖିଲିଆ ହସ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଠୋ ଠୋ ହୋଇ ହସୁଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମାରି ଗୋପାଳ ଭାବୁଛି ସେ ବହୁତ ବଡ଼ ଗଡ଼ ଜିତି ଯାଇଛି । ଗୋପାଳର ଏ ହସ ଦେଖିଲେ ଲାଗୁଛି ଗୋପାଳ ମନରେ ନାହିଁ ଟିକେ ବି ଅନୁତାପର ଦୁଃଖ । କାରଣ ଗୋପାଳ ହସୁଛି ଖିଲି ଖିଲି ହୋଇ । ଯାହା ସମସ୍ତଙ୍କୁ ଚକିତ କରୁଛି । ଗୋପାଳର ଏହି ହସ ପଛରେ ଅନେକ ରହସ୍ୟ ଲୁଚିଥିବା ଆଲୋଚନା ହେଉଛି । ଦୁନିଆରେ ଏମିତି କିଏ ନାହିଁ ଯିଏ ଗୋଟେ ମଣିଷର ଜୀବନ ନେଇ ସାରିଲା ପରେ ଅନୁତାପର ନିଆଁରେ ଜଳେ ନାହିଁ । ଦୁନିଆରେ ଏମିତି କେଉଁ ସାହସୀ ମଣିଷ ନାହିଁ ଯିଏ ହତ୍ୟାକରୀ ଦଫାକୁ ଡରେ ନାହିଁ । ହେଲେ ଗୋପାଳର ଏହି ବିନ୍ଦାସ ବାଦଶା ହସକୁ ଟିକେ ଦେଖନ୍ତୁ ଏମିତି ଲାଗୁଛି ନା ଗୋପାଳ ମନରେ କ୍ରାଇମବ୍ରାଞ୍ଚକୁ ଭୟ ଅଛି ନା ଗୋପାଳ ଆଇନକୁ ଡରୁଛି ।
ଆଉ ଏହି ତମାମ ଘଟଣାକୁ ଅନୁଧ୍ୟାନ କରି ଲୋକେ ଏବେ ଆଲୋଚନା କରିବା ଆରମ୍ଭ କଲେଣି କି ହତ୍ୟାକାରୀ ଗୋପାଳ ପଛରେ ରହିଛି କିଏ ? କେଉଁ ବଡ଼ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ସୁରକ୍ଷା ଭିତରେ ନାହିଁ ତ ଗୋପାଳ ? ଗୋପାଳର ଏ ହସ ପଛରେ ନାହିଁ ତ ଶାସକ ଦଳର କେଉଁ ବଡ଼ ନେତାଙ୍କ ହାତ ? ଯିଏ ପ୍ରଚ୍ଛଦ ପଟରେ ରହି ଗୋପାଳ ମୁହଁରେ ହସ ଫୁଟାଉଛନ୍ତି ? । ଯିଏ ପ୍ରଚ୍ଛଦ ପଟରେ ରହି ଗୋପାଳକୁ ସାହସ ଯୋଗାଉଛନ୍ତି । ଏଭଳି ଅନେକ ପ୍ରଶ୍ନବାଚୀ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଛି । କାରଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ତାଙ୍କୁ ହତ୍ୟାକରୀ ପୁଣି ଜଣେ ହତ୍ୟାକାରୀ ଏଭଳି ଖିଲି ଖିଲି ହେଇ ହସିବା ଏବେ ସାଧାରଣରେ ସନ୍ଦେହ କରିବା ଏବେ ସ୍ୱାଭିବିକ କଥା ।