ଗୃହିଣୀଙ୍କୁ କନ୍ଦାଉଛି ଗ୍ୟାସ ।

ଆଗକୁ ଆସୁଛି ହୋଲି । ମାର୍ଚ୍ଚ ଆରମ୍ଭରୁ ହୋଇଛି ମହଙ୍ଗା ମାଡ । ହୋଲି ପୂର୍ବରୁ ଗୃହିଣୀ ମାନଙ୍କୁ ଝଟକା ଦେଇଛି ଗ୍ୟାସ ସିଲିଣ୍ଡର । ଘରୋଇ ଗ୍ୟାସ କମ୍ପାନୀଗୁଡିକ ଦୀର୍ଘ ଦିନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଅହେତୁକ ଭାବେ ଏଲପିଜି ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଉଥିବାରୁ ଚିନ୍ତାରେ ପଡିଛନ୍ତି ଗୃହିଣୀ ମାନେ । କାରଣ ସାଧାରଣ ପରିବାର ପାଇଁ ଏବେ ଗ୍ୟାସ ବ୍ୟବହାର କରିବା ବଡ କଷ୍ଟକର ହୋଇ ପଡ଼ିଛି । ସେପଟେ ମହିଳା ମାନଙ୍କ କହିବା କଥା ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଇବା ଦ୍ଵାରା ଏଣିକି ହାଣ୍ଡିଶାଳରେ ଆଇଟମ ମଧ୍ୟ କମି କମି ଯାଉଛି ।

ଗରିବ ମଧ୍ୟ ବିତ ପରିବାର ପାଇଁ ଗ୍ୟାସ ଦର ବୃଦ୍ଧି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଗ୍ୟାସ ଦର ବୃଦ୍ଧି ପାଇବା ଫଳରେ କେବଳ ଗୃହିଣୀ ମାନେ ସମସ୍ୟାରେ ପଡ଼ିବେ ନାହିଁ ବରଂ ହୋଟେଲ ମାନଙ୍କରେ ଟଙ୍କା ବୃଦ୍ଧି ପାଇବ । ମିଲ ପିଛା ହୋଟେଲ ମାଲିକ ଅଧିକ ଟଙ୍କା ନେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗ୍ୟାସ ସିଲିଣ୍ଡର ଦର ବଢିବା ହେତୁ ଖାଉଟି ମାନଙ୍କ ଭିତରେ ବେଶ୍ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp