ଗୁରୁବାର ଠାରୁ ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ଝଡ଼ବର୍ଷା

କାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ଝଡ଼ବର୍ଷା ସମ୍ଭାବନା। ଗୁରୁବାର ଠାରୁ ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ଝଡ଼ବର୍ଷା। ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ। ମହାରାଷ୍ଟ୍ର ଠାରୁ ଓ଼ଡିଶା ଓ କେରଳ ଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରହିବ ବିକ୍ଷିପ୍ତ ଝଡ଼ବର୍ଷା। ଉତ୍ତର ଓଡ଼ିଶାରେ ଶୁଷ୍କ ଓ ଗରମ ଅନୁଭୂତ ହେବ। ଆସନ୍ତା ସପ୍ତାହରୁ ଦେଶରେ ଶୁଷ୍କ ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଜାସନ୍‌ ନିକୋଲ୍‌ସ ଆକଳ କରିଛନ୍ତି।

ସେପଟେ ଉତ୍ତର ପୂର୍ବ ବାଂଲାଦେଶ ଓ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରବାହରେ ସୃଷ୍ଟ ଟ୍ରାପ୍‌ଲାଇନ ଫଳରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ଓ ବିଜୁଳି ସହ ଘଡ଼ଘଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଗାମୀ ୫ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp