ଗୁଜରାଟରୁ ଧରାପଡିଲେ ୫ ସନ୍ଦିଗ୍ଧ |
ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ମହିଳା ଜଣକ ଲଭ ଜିହାଦ ପାଇଁ ୧୬-୧୮ ବର୍ଷର ଯୁବକକଙ୍କୁ ଆଇଏସଆଇଏସ୍ ପାଇଁ ପ୍ରସ୍ତୁତ କରୁଥିଲେ ।ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏମାନେ ଆଇଏସଆଇଏସରେ ଯୋଗ ଦେବା ପାଇଁ ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଥିଲେ ।ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ସମିରା ବାନୋ ନାମକ ଜଣେ ସୁରଟ ମହିଳାଙ୍କୁ ଗିରଫ କରାଯାଇଛି । ସମିରା ସୁରତରେ ରହିଥିବା ବେଳେ ତାମିଲନାଡୁରେ ବିବାହ କରିଥିଲେ । ସମିରା ଲଭ ଜିହାଦ ପାଇଁ ୧୬-୧୮ ବର୍ଷର ଯୁବକଙ୍କୁ ଆଇଏସଆଇଏସ୍ ପାଇଁ ପ୍ରସ୍ତୁତ କରୁଥିଲେ । ସମିରା ଲଭ ଜିହାଦ ରାକେଟରେ ସାମିଲ ଥିଲେ ।