ଗସ୍ତରେ ମୁଖ୍ୟମନ୍ତ୍ରୀ :କେନ୍ଦୁଝର
ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉଦଘାଟିତ ହେବ ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ । ଏଥିସହ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ।୩୮୧ କୋଟି ଟଙ୍କାରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଏହି ଅବସରରେ ସେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ ଉଠାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ୨୫୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ୪ହଜାର ୭୦୩ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ୧୪ହଜାର ୩୭୨ଟି ଏସଏଚଜି ଗ୍ରୁପକୁ ସହାୟତା ପ୍ରଦାନ କରିଛନ୍ତି । ବିନା ସୁଧରେ ୩୭୮କୋଟି ଟଙ୍କାର ଋଣ ସହାୟତା । ୧ଲକ୍ଷ ୫୮ହଜାର ୬୫୫ କୋଟି ମହିଳା ସ୍ୱାବଲମ୍ବୀ ହେବେ ।