ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ବେହୋସ୍ ହୋଇଗଲେ ରାକ୍ଷୀ ସାୱନ୍ତ |
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ବେହୋସ୍ ହୋଇଗଲେ ରାକ୍ଷୀ ସାୱନ୍ତ |ସେପଟେ ଗିରଫ ହେଲେ ସ୍ୱାମୀ, ଏପଟେ ବେହୋସ ହେଲେ ରାକ୍ଷୀ। ସ୍ୱାମୀ ଆଦିଲ୍ ଖାନ ଗିରଫ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବେହୋସ ହୋଇପଡ଼ିଥିଲେ। ଆଦିଲ୍ଙ୍କ ବିରୋଧରେ ରାକ୍ଷୀ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଜାଣତରେ ଆଦିଲ୍ ତାଙ୍କ ଫ୍ଲାଟ୍ରୁ ଟଙ୍କା, ସୁନା ଅଳଙ୍କାର ଚୋରି କରିବା ସହ ତାଙ୍କୁ ମାଡ଼ ମାରିଥିବା ରାକ୍ଷୀ ଅଭିଯୋଗ କରିଛନ୍ତି। ଗତବର୍ଷ ବିଜ୍ନେସ୍ ମ୍ୟାନ୍ ଆଦିଲ୍ଙ୍କୁ ରାକ୍ଷୀ ବାହା ହୋଇଥିଲେ।
ଓସିୱାରା ପୋଲିସ୍ ଷ୍ଟେସନ ବାହାରେ ଆଦିଲ୍ଙ୍କ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାକ୍ଷୀ କହିଥିଲେ, ପୋଲିସ୍ରେ ଅଭିଯୋଗ ପରେ ଦିନ ତମାମ ଆଦିଲ୍ ତାଙ୍କୁ ଫୋନ୍ ଉପରେ ଫୋନ୍ କରିଥିଲେ। ଏଭଳି କିଛି କହୁଥିବା ବେଳେ ରାକ୍ଷୀ ହଠାତ୍ ବେହୋସ ହୋଇପଡ଼ିଥିଲେ। ଏହାପରେ ସେଠାରେ ଉପସ୍ଥିତ କିଛି ଲୋକ ରାକ୍ଷୀଙ୍କ ମୁହଁକୁ ପାଣି ଛିଞ୍ଚିଥିଲେ ଓ ରାକ୍ଷୀଙ୍କ ଚେତା ଫେରିଥିଲା।