ଗଂଜାମ ଦିଗପହଣ୍ଡିରେ ବସ ଦୁର୍ଘଟଣା, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା |

ଗଂଜାମ ଦିଗପହଣ୍ଡିରେ ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ବ୍ରହ୍ମପୁରରୁ ବିବାହ ଭୋଜି ସାରି ଫେରୁଥିଲା ଘରୋଇ ବସ । ସେପଟେ ରାୟଗଡ଼ା ଗୁଡାରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଓଏସଆରଟିସି ବସ । ପ୍ରାୟ ରାତ୍ରି ଗୋଟାଏରେ ଘଟିଥିଲା ଦୁର୍ଘଟଣା । ଉଭୟ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଦେବା ପରେ ଘରୋଇ ବସଟି ଓଲଟି ପଡିଥିଲା ।ଏନେଇ ଦିଗପହଣ୍ଡି ଭୟଙ୍କର ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଦୁର୍ଘଟଣାସ୍ଥଳକୁ ଯାଉଛି ଜଏଣ୍ଟ ଟିମ୍‌। ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ପରେ SOP ଅନୁଯାୟୀ ଘଟଣାସ୍ଥଳକୁ ଯାଉଛି ଏକ ଜଏଣ୍ଟ ଟିମ୍‌। ଦୁର୍ଘଟଣାର କାରଣ କଣ ଅନୁଧ୍ୟାନ କରିବ ଟିମ୍‌।

ଏହାପରେ ରିପୋର୍ଟ ଦେବ। ଟିମ୍‌ରେ ପରିବହନ ବିଭାଗ, ପୋଲିସ ଓ କନସଲଣ୍ଟାଣ୍ଟ ଥିବା ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ବୀମା କମ୍ପାନୀ ସହ OSRTC ଯୋଗାଯୋଗ କରିଛି। ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲିଥିବା ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। SRC ଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତି ଆହତଙ୍କୁ ୩0 ହଜାର ଟଙ୍କା ଚିକିତ୍ସା ସହାୟତା ଦେବାକୁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp