ଖେଳ କରି ଛାଡିଦେଲା ସ୍ବାମୀ ।
ଚାଲିଛି ପ୍ରେମର ସପ୍ତାହ । କିଏ କୁହେ ପ୍ରେମ ପବିତ୍ର କିଏ କୁହେ ପ୍ରେମ ସାସ୍ୱୋତ ଆଉ କିଏ କୁହେ ପ୍ରେମ ମୋ ପାଇଁ ଅଭିଶାପ ସଦୃଶ୍ୟ । ହିଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ପ୍ରେମର ସଂଜ୍ଞା ବଦଳି ଯାଇଛି । ପ୍ରେମର ମାନେ ବର୍ତ୍ତମାନର ଯୁବ ପିଢୀଙ୍କ ପାଇଁ କେବଳ ଶାରୀରିକ ସମ୍ପର୍କରେ ପରିଣତ ହୋଇଛି । ଆଉ ଠିକ୍ ଏହିଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି ।ପ୍ରଥମେ ପ୍ରେମ ତାପରେ ବିବାହ ପରେ ଦୁଇ ମାସର ଅନ୍ତସତ୍ବା ସ୍ତ୍ରୀ କୁ ଛାଡି ଯୁବକ ଫେରାର୍ । ଧୋକାବାଜ୍ ସ୍ବାମୀ କୁ ଖୋଜି ଖୋଜି ସୋର ଥାନାରେ ପହଞ୍ଚିଛନ୍ତି ଯୁବତୀ ଜଣକ। ସୁଚନା ଅନୁସାରେ ବିହାର ସହରସା ଅଞ୍ଚଳର ସୋନି କୁମାରୀ ନାମକ ଜଣେ ଯୁବତୀ ହାଇଦ୍ରାବାଦ୍ ରେ ଏକ ହୋଟେଲ୍ ରେ କାମ କରୁଥିବା ବେଳେ ସୋର ଥାନା ସବିରା ଅଞ୍ଚଳର ଅବିନାସ ପରିଡା ସେହି ହୋଟେଲ୍ ରେ କାମ କରୁଥିଲେ ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଯୁବତୀ ଜଣକ ବିବାହ ପାଇଁ କହିବାରୁ ଉଭୟ ପ୍ରଥମେ ହାଇଦ୍ରାବାଦ୍ ର ଏକ ମନ୍ଦିର ରେ ବିବାହ କରିଥିଲେ ପରେ ବିହାରରେ ଜାନୁଆରୀ ୨୦ ତାରିଖରେ ନୋଟାରି ରେ ବିବାହ କରିଥିଲେ ।
ତେବେ ଉଭୟ ହାଇଦ୍ରାବାଦ୍ ଫେରି ସେହି ହୋଟେଲ୍ ରେ ରହି କାମ କରୁଥିଲା ବେଳେ ୨ ଦିନ ହେବ ଅବିନାସ୍ ଯୁବତୀ ଜଣକୁ ହାଇଦ୍ରାବାଦ୍ ରେ ରୁମ୍ ରେ ଶୋଇଥିବା ବେଳେ ଏକା ଛାଡି ଯୁବତୀଙ୍କ ମୋବାଇଲ୍,ଲାପଟପ ଏବଂ ଗହଣା ନେଇ ପଳାଇ ଆସିଥିଲେ । ଯୁବତୀ ଜଣକ ବହୁ ଖୋଜା ଖୋଜି କରି ଅବିନାସ କୁ ପାଇନଥିଲେ । ପରେ ଅବିନାସ୍ ତାଙ୍କ ଘରକୁ ପଳାଇ ଆସିଥିବା ଖବର ପାଇ ହାଇଦ୍ରାବାଦ୍ ରୁ ଆସି ଯୁବତୀ ଜଣକ ସୋର ଥାନାରେ ଦ୍ବାରସ୍ଥ ହୋଇ ଅବିନାସ ତାଙ୍କୁ ଧୋକା ଦେଇ ପଳାଇ ଆସିବା ସହ ତାଙ୍କ ଜିନିଷ ପତ୍ର ଚୋରି କରି ଆଣିଥିବା ସୋର ଥାନାରେ ଅଭିଯୋଗ କରିଛନ୍ତି । ସୋର ପୋଲିସ୍ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛନ୍ତି ।