ଖାଲି ପେଟରେ ଟମାଟୋ ଖାଇଲେ କଣ ହୁଏ ?

ଟମାଟୋ ଏପରି ଏକ ପନିପରିବା, ଯାହା ଭାରତର ପ୍ରାୟ ପ୍ରତ୍ୟେକ ଖାଦ୍ୟରେ ବ୍ୟବହୃତ ହୋଇଥାଏ। ଯାହାର ସ୍ଵାଦ ଅଲଗା ଥାଏ। ଯେତେବେଳେ କୌଣସି ରେସିପି ସହିତ ତାହା ମିଶିଯାଏ। ତାହାର ମିଶ୍ରଣ ଖାଦ୍ୟକୁ ଦ୍ଵିଗୁଣିତ କରେ। ଏହି ପନିପରିବା ଖାଇବା ଯେତିକି ସ୍ୱାଦିଷ୍ଟ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ ଲାଭଦାୟକ ବୋଲି ବିବେଚନା କରାଯାଏ । ଆପଣ ଏହାକୁ ସାଲାଡ ଏବଂ ଚଟନି ଆକାରରେ ମଧ୍ୟ ଖାଇପାରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଯଦି ସକାଳେ ଖାଲି ପେଟରେ ଟମାଟୋ ଖାଆନ୍ତି, ତେବେ ଏହାର ଅନେକ ସ୍ୱାସ୍ଥ୍ୟ ଉପକାର ହୋଇପାରେ।

ଏହାକୁ କୌଣସି ବି ତରକାରୀରେ ପକାଇଦେଲେ ତାର ସ୍ୱାଦ ବଢିଯାଏ । ଏଥିସହିତ ଟମାଟୋକୁ ତ୍ୱଚା ପାଇଁ ମଧ୍ୟ ବ୍ୟହାର କରାଯାଏ । କିନ୍ତୁ ଆପଣ ଜାଣଛନ୍ତି କି ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଏହା ଆମ ଶରୀରରୁ ଅନେକ ପ୍ରକାର ଫାଇଦା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଏହା ଆମକୁ କଣ ସ୍ୱାସ୍ଥ୍ୟଗତ ଫାଇଦା ଦେଇଥାଏ ।ଟମାଟୋକୁ ଖାଲିପେଟରେ ସେବନ ଦ୍ୱାରା ମିଳିଥାଏ ଏହିସବୁ ଫାଇଦା

ପେଟ ଥଣ୍ଡା ରୁହେ
କିଛି ଲୋକଙ୍କୁ ପେଟ ଗରମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ଏହା ସେମାନଙ୍କ ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଏ । ତେଣୁ ବିଶେଷଜ୍ଞମାନଙ୍କ ମତରେ ଖାଲିପେଟରେ ସକାଳୁ ଟମାଟୋ ସୋବନ କରିବା ଉଚିତ୍ ଏପରି କରିବା ଦ୍ୱାରା ପେଟ ଗରମ ସମସ୍ୟା ଦୂର ହୋଇଥାଏ ।

ପେଟରେ ଥିବା ଜୀବାଣୁ ନଷ୍ଟ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସକାଳୁ ଖାଲିପେଟରେ ଟମାଟୋ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଫାଇଦା ଦେଇଥାଏ । ଖାସ କରି ପେଟରେ ଥିବା ଜୀବାଣୁକୁ ଏହା ନଷ୍ଟ କରିଥାଏ । ତେବେ ସକାଳୁ ଟମାଟୋକୁ ଗୋଲମରିଚ ଗୁଣ୍ଡ ସହ ମିଶାଇ ସେବନ କରନ୍ତୁ ଫଳରେ ପେଟରେ ଥିବା ଜୀବାଣୁ ମରି ମଳ ଦ୍ୱାରା ବାହିରି ଆସିବେ ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଦୂର ହୁଏ ହୃଦ ରୋଗ ସମସ୍ୟା
ଟମାଟୋରେ ଭିଟାମିନସ୍, ସୋସଡିୟମ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଇ ଏବଂ ରାଇବୋଫ୍ଲୋୱିନ ଆଦି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ହୃଦଘାତ ପରି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେଣୁ ପ୍ରତ୍ୟେକ ଦିନ ଖାଲିପେଟରେ ଟମାଟୋ କିମ୍ବା ଟମାଟୋ ଜୁସ୍ ସେବନ କରିବା ଦ୍ୱାରା ଏହା ହାଇ କୋଲେଷ୍ଟ୍ରଲ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ସମସ୍ୟା ଦୂର ହୋଇଥାଏ ।

ବଢ଼ିବ ଦୃଷ୍ଟିଶକ୍ତି
ଯେଉଁ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ଟମାଟୋ ସେବନ ଅନେକ ଲାଭ ଦେଇଥାଏ । କାରଣ ଏହି ପରିବାରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ସେବନ କଲେ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ତ୍ୱଚାକୁ ମଧ୍ୟ କୋମଳ ଏବଂ ଚିକ୍କଣ କରିଥାଏ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp