ଖଳନାୟକ ରେଷ୍ଟିଭେନସନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ RRR ଟିମ୍

RRR ଖଳନାୟକ ରେ ଷ୍ଟିଭେନସନଙ୍କ ପରଲୋକ । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତ୍ୟୁବେଳେକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଏସଏସ୍‌ ରାଜାମୌଲି ଶୋକ ପ୍ରକାଶ କରିଛନ୍ତି ।ଏସଏସ ରାଜାମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ ଷ୍ଟିଭେନସନଙ୍କ ପରଲୋକ । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ କେମିତି ହୋଇଛି, ତାହାର କାରଣ ଜଣାପଡ଼ିନି। RRR ଟିମ୍ ପକ୍ଷରୁ ଟ୍ୱିଟ କରାଯାଇ ରେ ଷ୍ଟିଭେନସନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି।ଫିଲ୍ମ RRRର ମୁଖ୍ୟ ଖଳନାୟକ ଅଭିନୟ କରିଥିବା ଷ୍ଟିଭେନସନ ନିଜ ଦମଦାର ଅଭିନୟ ଯୋଗୁଁ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିଲେ। ଏହି ଫିଲ୍ମରେ ସେ ଜୁନିୟର ଏନଟିଆର, ରାମଚରଣ, ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି। ରାଜାମୌଲି ଟ୍ଵିଟ୍‌ କରି ଷ୍ଟିଭେନସନଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି ।

୧୯୬୪ ମେ’ ୨୫ରେ ଲିସବନରେ ଜନ୍ମ ହୋଇଥିଲେ ଷ୍ଟିଭେନସନ । ମାତ୍ର ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ୯୦ ଦଶକ ଆରମ୍ଭରେ ସେ ସିନେମା ଓ ଟିଭି ଶୋ’ରେ ପାଦ ଦେଇଥିଲେ। ସେ ୱାର ଜୋନ, ଭୋଲ୍ସ ଟ୍ୟାଗ, RRR, କିଲ୍ ଦ ଇରିସମ୍ୟାନ୍, ଗିବ୍ ଗ୍ୟାମ୍, କୋଲ୍ଡ ସ୍କିନ୍, ଦ ବୁକ୍ ଅଫ ଇଲଇ ଦ ଥ୍ରୀ ମୁସ୍କେଟର୍ସ, ମେମୋରୀ ଆଦି ମୋଟ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ RRR ଫିଲ୍ମ ପରେ ଷ୍ଟିଭେନସନଙ୍କ ଶେଷ ହଲିଉଡ ଫିଲ୍ମ ‘ଆକ୍ସିଡେଣ୍ଟ ମ୍ୟାନ: ହିଟମ୍ୟାନ୍ ହଲିଡେ’ ଥିଲା ।ତେବେ ଷ୍ଟିଭେନସନଙ୍କ ମୃତ୍ୟୁକୁ ତାଙ୍କୁ ଫ୍ୟାନ୍ସ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀ ସହଜରେ ଗ୍ରହଣ କରିପାରୁନାହିଁ । ତେବେ ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp