ଖରାରେ ପୋଡିଯାଉଛି ଦେହ |

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ,ଦିନସାରା ତାତିରେ ଜଳୁଛି ସାରା ଓଡ଼ିଶା । ରାଜଧାନୀରେ ସକାଳ ୮ଟା ୩୦ ସୁଦ୍ଧା ୩୨.୬ଂ ତାପମାତ୍ରା ରେକର୍ଡ କରାଯାଇଛି।ଭୁବନେଶ୍ୱର ତତଲା ତାଓ୍ଵାରେ ଭାଜି ହେଉଛି ସାରା ଓଡ଼ିଶା ।ଆଜି ପାଇଁ ୪ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରକୁ ହିଟେଓ୍ଵଭ୍‌ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ତତଲାଗଡ଼ ପାଲଟିଛି ବାରିପଦା ।

ଗତକାଲି ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା । ରାଜ୍ୟରେ ୨୪ଟି ସହରରେ ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା ପାରଦ । ଏଥିରୁ ୪୩ ଡିଗ୍ରୀ ଉପରେ ରହିଥିଲା ୯ ସହରରେ ତାତି । ଆସନ୍ତା ୩ଦିନ ତାତିରୁ ନିସ୍ତାର ନାହିଁ । ତାତି ସହ ବାୟୁମଣ୍ଡଳରେ ଆର୍ଦ୍ରତା ବଢିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଝାଞ୍ଜି ପବନ ବି ବହିପାରେ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିବ । ୨୦ ତାରିଖ ପରେ କମିପାରେ ତାପମାତ୍ରା । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ କରିବ । ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ କମିପାରେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp