ଖରାପ ଫର୍ମ ସହ ଚାଲିଗଲା ଉପ-ଅଧିନାୟକ ପଦ ।
ବର୍ଡର-ଗାଭାସ୍କର ଟ୍ରଫିର ଦିଲ୍ଲୀ ଟେଷ୍ଟ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ସେତେବେଳେ ଏହି ଟିମରେ କୌଣସି ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିନଥିଲା । କେବଳ ଜୟଦେବ ଉନାଦକତ ରଣଜୀ ଟ୍ରଫି ଫାଇନାଲ ଖେଳିବା ପରେ ଦଳ ସହ ପୁଣିଥରେ ଯୋଗ ଦେଇଥିଲେ । ହେଲେ କିଛି ସମୟ ପରେ ହିଁ ସେହି ଟିମରେ କେ ଏଲ ରାହୁଲଙ୍କ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାହିଁକି ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ଦଳରେ କେ ଏଲ ରାହୁଲଙ୍କୁ ଉପ-ଅଧିନାୟକ ପଦରେ ରଖାଯାଇନଥିଲା ।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ କେ ଏଲ ରାହୁଲ ଦଳର ଉପ-ଅଧିନାୟକ ରହିିଥିଲେ । ହେଲେ ତୃତୀୟ ଓ ଚତୁର୍ଥ ଟେଷ୍ଟରେ କିନ୍ତୁ ସେପରି ହେଇନି । ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରାହୁଲଙ୍କଠାରୁ ଏବେ ଉପ-ଅଧିନାୟକ ପଦ ମଧ୍ୟ ଛଡେଇ ନିଆଯାଇଛି । ତେବେ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ହଟାଇବାକୁ ମଧ୍ୟ ଅନେକ ଦାବି ଉଠୁଥିଲା, ହେଲେ ଏହାପରେ ବି କେବଳ ପଦ ଛଡେଇ, ଟିମରେ ରାହୁଲଙ୍କୁ ଜାଗା ଦେଇଛି ମ୍ୟାନେଜମେଣ୍ଟ ।