ଖରାଦିନେ କିପରି ମୁହଁର ଯତ୍ନ ନେବାକୁ ଆବଶ୍ୟକ।

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିଥାଏ। ନିଜର କର୍ମବହୁଳ ଜୀବନର ବ୍ୟସ୍ତତାରେ ମଧ୍ୟ ଆମକୁ ନିଜ ମୁହଁ ପାଇଁ କିଛି ଉପାୟ ଦ୍ୱାରା ଏହାର ଯତ୍ନ ନେବାକୁ ପଡ଼ିବ। ଜାଣନ୍ତୁ , କିଛି ସହଜ ଉପାୟ ବିଷୟରେ କିପରି ଖରାଦିନେ ମୁହଁର ଯତ୍ନ ନେବେ |
ଖରାଦିନ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ମାତ୍ର ଖରାର ପ୍ରଭାବ ଏବେ ଠାରୁ ଅନୁଭବ ହେବାକୁ ଲାଗିଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ , କିପରି ନେବେ ଖରାଦିନେ ମୁହଁର ଯତ୍ନ |

ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକରେ ସନକ୍ରିମ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।

ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ।

ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ।

ସପ୍ତାହକୁ ୨ ରୁ ୩ ଥର ମୁହଁରେ ଘିକୁଆଁରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।

ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।

ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp