କ୍ରେଡିଟ କାର୍ଡ ଥିଲେ ପାଆନ୍ତୁ Railway ର ଏହି ସବୁ ସୁବିଧା

ସାଧାରଣତଃ ଅଧିକ ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି । କିଛି ଜଣ ଟ୍ରେନ ଆସିବା ଆଗରୁ ଷ୍ଟେସନ୍ ରେ ଆସି ଅପେକ୍ଷା କରି ରହିଥାନ୍ତି ଯେମିତିକି ଟ୍ରେନ ମିସ ନକରିବେ । ଅନେକ ଥର ରେଳ ଷ୍ଟେସନରେ ସମୟ ପୂର୍ବରୁ ପହଞ୍ଚିଗଲେ ପ୍ଲାଟଫର୍ମରେ ଅଧିକ ସମୟ ବିତାଇବାକୁ ପଡେ । ଏଭଳି ସ୍ଥିତିରେ କିଛି ସମୟରେ ଇଣ୍ଟେରନେଟ ର ଅସୁବିଧା ହୁଏ ତାହା କେତେବେଳେ ଖାଇବା କୁ ନେଇ ଅସୁବିଧା ହୁଏ, ତେବେ ବି ଦେଶର କିଛି ବଛା ବଛା ରେଳ ଷ୍ଟେସନରେ ଥିବା Railway Lounge ରେ ଇଣ୍ଟରନେଟ୍, ଖାଦ୍ୟ ଏବଂ ପାନୀୟ ସୁବିଧା ଆରାମରେ ମିଳିଯିବ।

ଅନେକ ହୁଏତ ଜାଣିନଥିବେ, ମାଗଣାରେ Railway Lounge Accessର ସୁବିଧା ପାଇପାରିବେ । ବର୍ତ୍ତମାନ କ୍ରେଡିଟ କାର୍ଡ ମାଧ୍ୟମରେ Railway Loungର ସୁବିଧା ଉପଲବ୍ଧ ରହୁଛି ।ଆପଣ ଏଥିପାଇଁ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ କ୍ରେଡିଟ କାର୍ଡ ହିଁ ବ୍ୟବହାର କରିପାରିବେ । ଯଦି ଆପଣ ବାରମ୍ବାର ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ପୂର୍ବରୁ Railway Loungeରେ ଆରାମ କରିପାରିବେ । ଏଥିପାଇଁ କଣ କରିବାକୁ ପଡିବ ଜାଣି ନିଅନ୍ତୁ।

ଜାଣନ୍ତୁ Railway Loungeରେ ମିଳୁଥିବା ସୁବିଧା :

  • ଆସିବା ସମୟ ଅନୁସାରେ ଜଳଖିଆ,ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ
  • Railway Loungeରେ ୨ ଘଣ୍ଟା ଆରାମ କରିବା ସୁବିଧା
  • ମାଗଣା ୱାଇ-ଫାଇ
  • ଶୀତତାପ ନିୟନ୍ତ୍ରିତ ସିଟିଂ
  • ଖବର ପାଇଁ ପତ୍ରିକା ଏବଂ ଖବରକାଗଜର ସୁବିଧା
  • କଫି ଏବଂ ଚା’ ଯାହାକି unlimited ରହିଛି

ଏବେ ଜାଣନ୍ତୁ କେଉଁ କ୍ରେଡିଟ୍ କାର୍ଡ ଥିଲେ, Railway Lounge ସୁବିଧା ପାଇପାରିବେ ?

ବଜାରରେ ଅନେକ କ୍ରେଡିଟ୍ କାର୍ଡ ଅଛି ଯାହା ଏହି ପ୍ରକାର ସୁବିଧା ପ୍ରଦାନ କରିଥାଏ । Railway Lounge ଅପରେଟର ଦ୍ୱାରା non-refundable card validation charge ସ୍ୱରୂପ ୨ ଟଙ୍କାର ଟ୍ରାନଜାକ୍ସନ୍‌ କରାଯିବ । ଏବେ ମାଗଣା Railway Lounge ସୁବିଧା ପ୍ରଦାନ କରୁଥିବା କ୍ରେଡିଟ କାର୍ଡ ଗୁଡ଼ିକର ତାଲିକା ଜାଣନ୍ତୁ :

-IDFC First Bank Millennia/Classic/Select/Wealth Credit Cards
-ICICI Bank Coral Credit Card

IRCTC SBI Platinum Card
IRCTC SBI Card Premier

IRCTC BoB Rupay Credit Card
-HDFC Bank Rupay IRCTC Credit Card

MakeMyTrip ICICI Bank Platinum Credit Card
-MakeMyTrip ICICI Bank Signature Credit Card

-ICICI Bank Rubyx Credit Card

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp