କୋଟିଆରେ ପାଦ ଥାପିଲେ ଧର୍ମେନ୍ଦ୍ର ।
ଆନ୍ଧ୍ର ଓଡ଼ିଶା ସୀମାରେ ରହିଛି କୋଟିଆ ଗ୍ରାମ । କୋଟିଆକୁ ନେଇ ବାରମ୍ବାର ନଜରକୁ ଆସିଛି ରାଜନୀତି । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଓଡ଼ିଶା ସୀମାରେ ପଶି କୋଟିଆ ସରକାର ପୋଲିସ ପ୍ରଶାସନ ନେତା ମନ୍ତ୍ରୀ ଦେଖାଇଛନ୍ତି ଦାଦାଗିରି । ସବୁଥର ନେତା ମନ୍ତ୍ରୀ ପୋଲିସ ପ୍ରଶାସନଙ୍କ ଦାଦାଗିରି ଦେଖି ଚୁପ୍ ରହିଥିଲେ କୋଟିଆ ଗ୍ରାମବାସୀ ଆଉ ବିଜେଡି ସରକାର। ହେଲେ ପ୍ରଥମ ଥର ଧମେନ୍ଦ୍ର ଚୁପ୍ କରାଇ ଦେଇଛନ୍ତି ଆନ୍ଧ୍ର ସରକାରଙ୍କ ମୁଁହ । ଉତ୍କଳ ଦିବସ ପାଳନ ଅବସରରେ କୋଟିଆ ମାଟିରେ ପାଦ ଥାପି ଧର୍ମେନ୍ଦ୍ର ଏକ ସ୍ୱୋରରେ କହିଛନ୍ତି ଗୋ ଵ୍ୟାକ ଆନ୍ଧ୍ର । ତେବେ ପ୍ରଥମ ଥର ପାଇଁ ଧମ୍ରେନ୍ଦ୍ର ଙ୍କ ଏପରି ଦବଦବା ଦେଖିବା ପରେ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଛି କି ଆନ୍ଧ୍ର ସରକାରଙ୍କ ମନରେ ଓଡ଼ିଶାକୁ ନେଇ ଛନକା ପଶୀ ଥିବ। କାରଣ ଓଡ଼ିଶା ସବୁବେଳେ ଚୁପ୍ ରହିଥିବାରୁ ଆନ୍ଧ୍ର ତାହାର ଦାଦାଗିରି ଓ ନାଲି ଆଖି ଦେଖାଇ ଓଡ଼ିଶା ସୀମା ଭିତରେ ପ୍ରବେଶ କରି ଲୋକଙ୍କୁ କୁ ମନ୍ତ୍ରଣା ଦେଉଥିଲା । ହେଲେ ଏବେ ଯେତେବେଳେ ଧମେନ୍ଦ୍ର ଗୋଟିଏ ଥର କୋଟିଆ ଗସ୍ତ କରି ଆନ୍ଧ୍ରର ସବୁ ପ୍ଲାନ୍ କୁ ଭଣ୍ଡୁର କରିଛନ୍ତି । ସେତେବେଳେ କୋଟିଆ ମଧ୍ୟ ଜାଣି ସାରିଲାଣି କି ଓଡ଼ିଶା କେବେ ହେଲେ ମଧ୍ୟ ଚୁପ୍ ବସିବ ନାହିଁ। କୋଟିଆ କୁ ନେଇ ଆନ୍ଧ୍ର ଓ ଓଡ଼ିଶା ଭିତରେ ଯେଉଁ ଲଢେ଼ଇ ଚାଲିଛି ତାହାର ଦି ଏଣ୍ଡ କେବେ ହେବ ତାହା ତ୍ ଜଣା ନାହିଁ । ହେଲେ ଧର୍ମେନ୍ଦ୍ରଙ୍କ ମୁଁହ ଖୋଲିବା ପରେ ଆନ୍ଧ୍ର ହୋଇଯାଇଛି ଏକ ଦମ ଚୁପ୍ । ଆଉ ଏବେ କୋଟିଆ ପାଲଟିଛି ରାଜନୀତିର କେନ୍ଦ୍ରବିନ୍ଦୁ ।