କୋଇଲା ଟ୍ରେନ୍‌ରେ ଲାଗିଲା ନିଆଁ |

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଗତକାଲି ରାତି ୮ଟାରୁ ଏହି କୋଇଲା ବୋଝେଇ ଟ୍ରେନ୍‌ଟି ଷ୍ଟେସନରେ ଛିଡ଼ା ହୋଇଥିଲା। ରାତି ପ୍ରାୟ ୩ଟା ବେଳେ ଏହାର ଗୋଟିଏ ୱାଗନରୁ ଧୂଆଁ ବାହାରୁଥିବା ଷ୍ଟେସନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହା ପରେ ଷ୍ଟେସନ କର୍ତ୍ତୃପକ୍ଷ ଆଠଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇପାରି ନଥିଲେ। କାରଣ ରେଳବାଇ ପକ୍ଷରୁ ଉକ୍ତ ସ୍ଥାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ନଥିଲା। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ପ୍ରାୟ ୧ ଘଣ୍ଟା ଲାଗିଥିଲା। ତା’ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp