କେୟାରରେ ମୋବାଇଲ ଫୋନ ଦେବା ପୂର୍ବରୁ ହୋଇଯାନ୍ତୁ ସତର୍କ |
ଆପଣମାନେ କେୟାରରେ ମୋବାଇଲ ଦେଉଛନ୍ତିକି ? ତେବେ ହୋଇଯନ୍ତୁ ସତର୍କ | ସର୍ଭିସ ସେଣ୍ଟରରେ ମୋବାଇଲ ଦେବାବେଳେ କିଛି ଭୁଲ କରିଦିଅନ୍ତି ଯାହା ଆମକୁ ଆଦୌ ବି କରିବା ଅନୁଚିତ । ଏବେ ପିଲାଠୁ ବୟସ୍କ ପଯ୍ୟର୍ନ୍ତ ନେଇ ସମସ୍ତଙ୍କ ହାତରେ ମୋବାଇଲ। କମ୍ ଦାମରେ ଭଲ ଫିଚର୍ସର ଫୋନ କିଏ ଧରନ୍ତି ତ ଆଉ କିଏ ନିଜ ପସନ୍ଦର ଫୋନ କିଣିଥାନ୍ତି। ନିଜ ପସନ୍ଦର ଫୋନ କିଣିଥିବାରୁ ଏହାକୁ ବହୁତ କେୟାରଫୁଲି ରଖନ୍ତି। କିନ୍ତୁ ଏସବୁ ଭିତରେ ସେତେବେଳେ ସମସ୍ୟା ହୋଇଥାଏ ଯେତେବେଳେ ମୋବାଇଲରେ କିଛି ତୃଟି ଦେଖାଯାଏ।
ସର୍ବପ୍ରଥମେ ଏହା ଉପରେ ଧ୍ୟାନ ରଖିବାକୁ ହେବ ଯେ ଯେଉଁ ସର୍ଭିସ ସେଣ୍ଟରରେ ଆପଣ ଫୋନ ଦେଉଛନ୍ତି ତାହା ଅଥରାଇଜଡ କି ନୁହେଁ। ଏମିତି ବି ହୋଇପାରେ ଅଥରାଇଜ ନାମରେ ନକଲି ବୋର୍ଡ ବି ଲଗାଇଥାଇପାରନ୍ତି। ଏହା ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ। ଅନେକ ଥର ବଡ ବଡ ବଜାରରେ ଲୋକାଲ ସର୍ଭିସ ସେଣ୍ଟର ମାନେ ଅଥରାଇଜ ସର୍ଭିସ ସେଣ୍ଟରର ବୋର୍ଡ ଲଗାଇଦିଅନ୍ତି। ଆଉ ଏମିତି ଆପଣଙ୍କୁ କେଉଁଠି ସନ୍ଦେହ ହେଲେ ଆପଣ ଆପଣଙ୍କ ଫୋନ ଯେଉଁ କମ୍ପାନୀର ହୋଇଥିବ ସେହି କମ୍ପାନୀର ୱେବସାଇଟ କିମ୍ବା ଟୋଲ ଫ୍ରି ନମ୍ବରକୁ ଫୋନ କରି ଆପଣ ଉକ୍ତ ସର୍ଭିସ ସେଣ୍ଟର ବିଷୟରେ ସୂଚନା ପାଇପାରିବେ।
ସର୍ଭିସ ସେଣ୍ଟରରେ ମୋବାଇଲ ଜମା କରିବା ପୂର୍ବରୁ ଫୋନରେ ମହଜୁଦ ଫଟୋ, ନମ୍ବର ଏବଂ ଅନ୍ୟାନ୍ୟ ଜିନିଷକୁ ବ୍ୟାକଅପ୍ କରିଦିଅନ୍ତୁ। ବ୍ୟାକଅପ ଆପଣ ଅନ୍ୟ ଏକ ଫୋନ, ଲାପଟପ, ହାର୍ଡ ଡିସ୍କ, ମେମୋରୀ କାର୍ଡ କିମ୍ବା ଗୁଗଲ ଡ୍ରାଇଭ ଏବଂ ମୋବାଇଲ କମ୍ପାନୀର କ୍ଲାଉଡରେ ରଖିପାରିବେ। କାରଣ ସର୍ଭିସ ସେଣ୍ଟରରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନିକ ହୋଇପାରେ। ଏଥିସହିତ ଡିଲିଟ ହେବାର ଭୟ ମଧ୍ୟ ରହିଥାଏ।
ସର୍ଭିସ ସେଣ୍ଟରରେ ଆମେ ଅନେକ ଥର ଜଲଦି ଜଲଦିରେ ସିମ କାର୍ଡ ଏବଂ ମେମୋରୀ କାର୍ଡ ଛାଡି ଆସନ୍ତି ଯାହା ପୂରାପୁରି ଭୂଲ ଅଟେ। ସିମ ଛାଡିବା ଅର୍ଥ ସର୍ଭିସ ସେଣ୍ଟର ବାଲାଙ୍କୁ ଆପଣ ନିଜ ଆଲମାରୀର ଚାବି ଦେବା ସହିତ ସମାନ।
ସର୍ଭିସ ସେଣ୍ଟର ବାଲା ଅନେକ ଥର ସଫ୍ଟେଓ୍ଵୟାର ଅପଡେଟ୍ କରନ୍ତି ଏବଂ ପାଟର୍ସ ବଦଳାଇବାର ଟଙ୍କା ମଧ୍ୟ ନିଅନ୍ତି। ଏମିତିରେ ପାଟର୍ସ ବଦଳାଇବାର ପକ୍କା ବିଲ ମାଗନ୍ତୁ ଏବଂ ଏହାସହିତ ପାଟର୍ସ ବଦଳାଇବାର କାରଣ ପଚାରନ୍ତୁ।
ଅନେକ ଥର ଫୋନରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ, କିନ୍ତୁ ସର୍ଭିସ ସେଣ୍ଟରରେ ପହଁଚିବା ପରେ ଆମେ ସେହି ସମସ୍ୟା ସବୁକୁ ଭୁଲି ଯାନ୍ତି। ଏଥିପାଇଁ ଘରେ ହିଁ ଫୋନରେ ହେଉଥିବା ସମସ୍ୟାର ଲିଷ୍ଟ ବନାଇ ସର୍ଭିସ ସେଣ୍ଟର ଯାଆନ୍ତୁ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ତାହେଲେ ଆପଣଙ୍କୁ ପଛରେ ହଇରାଣ ହେବାକୁ ପଡିବନାହିଁ।