‘କେରଳ ଷ୍ଟୋରୀ’ର ସ୍କ୍ରିନିଂ ବେଳେ ଏସପ୍ଲାନେଡ ମଲ ଉତ୍ତେଜନା : ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

‘ ଦ’ କେରଳ ଷ୍ଟୋରୀ’ ଫିଲ୍ମ ସ୍କ୍ରିନିଂ ସମୟରେ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ରେ ଗଣ୍ଡଗୋଳ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ପଟ୍ଟନାୟକ। ଗିରଫ ପରେ ପୁଲିସ ତାଙ୍କ କୋର୍ଟ ଚାଲାଣ କରିଛି। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଥିବା ଜଣାପଡ଼ିଛି। ରାଜେଶ ହଲ୍‌ ମ୍ୟାନେଜରଙ୍କୁ ସଂଖ୍ୟା ସମ୍ପ୍ରଦାୟ କହି ଅଶାଳୀନ ବ୍ୟବହାର କରିବା ଓ ସୋଶିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ପୁଲିସ ରାଜେଶଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ରାଜେଶ ଗତ ୫ ତାରିଖରେ ‘ଦ’ କେରଳ ଷ୍ଟୋରୀ’ ଫିଲ୍ମ ଦେଖିବାକୁ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ ଯାଇଥିଲେ। ସେଠାରେ ସେ ନିଜର ସାଙ୍ଗ ସାଥୀଙ୍କ ସହ ବସି ଫିଲ୍ମ ଦେଖୁଥିଲେ। ହେଲେ ଫିଲ୍ମ ମଧ୍ୟାନ୍ତରେ ଏସିକୁ ନେଇ ହଲ୍‌ ଭିତରେ ଗଣ୍ଡଗୋଳ ହୋଇଥିଲା। ରାଜେଶ ସମେତ ତାଙ୍କ କିଛି ସହଯୋଗୀ ଫିଲ୍ମ ଚାଲିବା ପୂର୍ବରୁ କାହିଁକି ଜାତୀୟ ସଙ୍ଗୀତ ପରିବେଷଣ କରାଗଲାନି ଓ କାହିଁକି ଏସି ଆଧାରୁ ବନ୍ଦ କରିଦିଆଗଲା ସେନେଇ ପାଟିତୁଣ୍ଡ କରିଥିଲେ। ଟଙ୍କା ଦେଇ ଲୋକେମାନେ କାହିଁକି ହଇରାଣ ହେବେ କହି ହଲ୍‌ ମ୍ୟାନେଜରଙ୍କୁ ଘେରି ଯାଇଥିଲେ। ଯାହାଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ସମୟର ଭିଡିଓ ଉତ୍ତୋଳନ କରି ରାଜେଶ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp