କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ |
ପୁଣି ଲୋକଙ୍କୁ ଦେଖାଇଲେ ସ୍ୱପ୍ନ। କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରତିକ୍ରିୟା ବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରେଲୱ, କେନ୍ଦୁପତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ମାନେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ପ୍ରଭୁ ନରସିଂହଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି କି କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶୃତି ବିଷୟରେ ଟିକେ ମନେ ପକାଇଦିଅନ୍ତୁ ।
ଖାଲି ଏତିକି ନୁହେଁ ଏହି ଅବସରରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ। ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରିଥିଲେ। ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲୋ ପ୍ରଭୁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି, ସେସବୁ ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀମାନଙ୍କୁ ମନେ ପକାଇ ଦିଅନ୍ତୁ ବୋଲି ଦୋହରାଇଛନ୍ତି ନବୀନ।ଆଜି ଝାରବନ୍ଧ ପରେ ପାଇକମାଲ ଓ ପଦ୍ମପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀା ଉପନିର୍ବାଚନ ସରିବାର ଅଢ଼େଇ ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ।
ସୂଚନା ଥାଉକି, ଉପନିର୍ବାଚନ ବେଳେ ରେଳୱେ ପ୍ରକଳ୍ପ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦୁପତ୍ର ସବସିଡି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା।