କେଦାରନାଥ ଖୋଲିବା ପାଇଁ ଦିନ ଏବଂ ସମୟ ହେଲା ଧାର୍ଯ୍ୟ |
କେଦାରନାଥ କପାଟ ଖୋଲିବା ପାଇଁ ଦିନ ଏବଂ ସମୟ ହେଲା ଧାର୍ଯ୍ୟ | ଏପ୍ରିଲ ୨୫ ତାରିଖରୁ ବାବାଙ୍କ କପାଟ ଖୋଲିବା ନେଇ ଲଗ୍ନ ଧାର୍ଯ୍ୟ କରାଯାଇଛି । ମହାଶିବରାତ୍ରି ଶୁଭ ଅବସରରେ ଓଁକାରେଶ୍ୱର ମନ୍ଦିରର ଆଚାର୍ଯ୍ୟଗଣଙ୍କ ସମ୍ମୁଖରେ ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଛି । ସେହିପରି ବଦ୍ରିନାଥ କପାଟ ଏପ୍ରିଲ ୨୭ରୁ ଖୋଲିବାକୁ ଥିବା ବେଳେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ କପାଟ ୨୨ ଏପ୍ରିଲରୁ ଖୋଲିବ ବୋଲ ସୂଚନା ମିଳିଛି ।
ମହାଶିବରାତ୍ରି ଅବସରରେ ଓଁକାରେଶ୍ୱର ମନ୍ଦିରରେ ସକାଳ ୯ ଟା ସମୟରେ ପୂଜାର୍ଚ୍ଚନା କରିବା ପରେ ଘୋଷଣା କରାଯାଇଥିଲା । ବଦ୍ରି-କେଦାର ମନ୍ଦିର ସମିତିର ବେଦପୀଠ, ଆଚାର୍ଯ୍ୟ ଏବଂ ଅନ୍ୟ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରର ପୂଜାର୍ଚ୍ଚନା କରିବା ପରେ ସୂଚନା ଦିଆଯାଇଥିଲା । ପଞ୍ଚାଙ୍ଗ ଅନୁସାରେ, ୨୫ ଏପ୍ରିଲ ସକାଳ ୬ଟା ୨୦ ମିନିଟରେ ମନ୍ଦିର କପାଟଯ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ୨୧ ଏପ୍ରିଲରେ ଓଁକାରେଶ୍ୱର ମନ୍ଦିରରୁ ପ୍ରସ୍ଥାନ କରି ରାତ୍ରିରେ ବିଶ୍ରାମ ପାଇଁ ଗୁପ୍ତକାଶୀ, ୨୨ ଫାଟା, ୨୩ ଓ ୨୪ ଗୌରୀ କୁଣ୍ଡ, ହୋଇ ୨୫ ଏପ୍ରିଲ କେଦାରନାଥ କପାଟ ଖୋଲିଦିଆଯିବ ।ସେହିପରି ବ୍ରଦିନାଥ ଧାମ ୨୭ ଏପ୍ରିଲରେ ଖୋଲିବ । ୨୭ ଏପ୍ରିଲ ସକଳ ୭.୧୦ ମିନିଟରେ ମନ୍ଦିର କପାଟ ଖୋଲିବ । ବଦ୍ରିନାଥ କପାଟ ଖୋଲିବା ସମୟ ଧାର୍ଯ୍ୟ ବସନ୍ତ ପଞ୍ଚମୀରେ କରାଯାଇଥିଲା ।