କୁକୁର ଉପରେ ଲାଗିଲା କଟକଣା ।

ଏଣିକି ଆଉ ରାଜ ରାସ୍ତାରେ ରାଜୁତି କରିବେ ନାହିଁ ବୁଲା କୁକୁର । କମିବ ବୁଲା କୁକୁରଙ୍କ ଦୌରାତ୍ମ୍ୟ । ରାସ୍ତାରୁ ବିଦା ହେବେ ବୁଲା କୁକୁର । କମିବ ସଡକ ଦୁର୍ଘଟଣା ଆଉ କୁକୁରକୁ ନେଇ ଲୋକଙ୍କର ରହିବ ନାହିଁ ଭୟ । ଏତେ ଦିନ ପରେ ନିଦ ଭାଙ୍ଗିଲା ରାଜ୍ୟ ସରକାରଙ୍କର । କୁକୁରକୁ ନେଇ ଏବେ ସଚେତନ ହେଲେ ରାଜ୍ୟ ସରକାର । ହାଇଦ୍ରାବାଦରେ ଗୋଟେ ଶିଶୁ କୁ କୁକୁର ଅତି ନିର୍ମମ ଭାବେ ଝୁଣି ଖାଇବା ପରେ ଏବେ ରାଜ୍ୟ ସରକାରଙ୍କ ମନ ଘର ଧରିଛି । କେବଳ ହାଇଦ୍ରାବାଦ ନୁହେଁ ନିକଟରେ ଇନ୍ଫୋସିଟ ଥାନା ନିକଟରେ କୁକୁର ପାଇଁ ଯେଉଁ ହାଇଭୋଲ୍ଟେଜ ଡ୍ରାମା ହୋଇଥିଲା ତାହା କାହାକୁ ମଧ୍ୟ ଅଛପା ନାହିଁ । କଥାରେ ଅଛି ବିରି ମାଡ଼ ଦେଖି କୋଲଥ ଚେପା ହେଲା ପରି ଦୁଇ ଦୁଇଟି ଘଟଣା ଘଟିବା ପରେ ରାଜ୍ୟ ସରକାର ନିଦରୁ ଉଠି ନିର୍ଦେଶ ଦେଇଛନ୍ତି ଆଉ ଯେପରି ରାଜ ରାସ୍ତାରେ ନ ବୁଲନ୍ତି ବୁଲା କୁକୁର । ସେପଟେ କୁକୁର ମାନଙ୍କ ପାଦୁର୍ଭାଵ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୁକୁରଙ୍କ ପାଇଁ ରାଜ ରାସ୍ତାରେ ସୁରକ୍ଷିତ ମଣୁ ନଥିଲେ ଲୋକେ । କାରଣ କୁକୁର ମାନଙ୍କ ପାଇଁ ଅନେକ ସମୟରେ ଘଟୁଥିଲା ସଡକ ଦୁର୍ଘଟଣା । ତେବେ ଏବେ ରାଜ୍ୟ ସରକାରଙ୍କ ଚେତା ପଶିବା ପରେ ଆଗକୁ କୁକୁରଙ୍କୁ ନେଇ ଏକ ନୂଆ ନିୟମ ଆସିବାକୁ ଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି। କୁହାଯାଉଛି କି ଭୁବନେଶ୍ୱରରେ ଯେଉଁ ମାନେ ପୋଷା କୁକୁର ରଖିବେ ସେମାନେ ବିଏମ୍ସିରେ ଆଗ ନାମ ପଞ୍ଜିକୃତ କରିବେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp