କୁଆଡେ ଗଲା ନବଙ୍କ ଦେହରେ ବାଜିଥିବା ଗୁଳି ?

କୁଆଡେ ଗଲା ନବଙ୍କ ଦେହରେ ବାଜିଥିବା ଗୁଳି ? ଅଦୃଶ୍ୟରେ ନବ ଦାସଙ୍କ ଦେହରେ ବାଜିଥିବା ଗୁଳି । ହତ୍ୟାକାଣ୍ଡର ଚାରି ଦିନ ପରେ ବି ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ମିଳିନାହିଁ । କେବଳ ସେହି ଗୁଳି ନୁହେଁ ଅନ୍ୟ ଗୁଳି ବି ମିଳିନାହିଁ । ଯାହାକୁ ଖୋଜିବାରେ ଲାଗିଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମ୍ । ଯେଉଁ ଗୁଳି ମନ୍ତ୍ରୀ ନବ ଦାସଙ୍କ ଜୀବନ ନେଇଗଲା, ସେହି ଗୁଳି ହତ୍ୟାର ଚାରି ଦିନ ପରେ ବି ମିଳୁନି । କ୍ରାଇମ୍ ସ୍ପଷ୍ଟରେ କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମର ତନାଘନା ସତ୍ୱେ ବି ଗୁଳି ମିଳିନଥିବା ସୂଚନା ମିଳିଛି । କ୍ରାଇମ୍ ସ୍ପଷ୍ଟରେ ଗୁଳି ନମିଳିବା ପରେ, ନବ ଦାସଙ୍କ କାରରେ ତନ ତନ କରି ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନିଖୋଜ ଥିବା ଗୁଳିକୁ ଖୋଜା ଚାଲିଛି ।

କେବଳ ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ନୁହେଁ, ଗୋପାଳ ଚଳାଇଥିବା ଅନ୍ୟ ଗୁଳିକୁ ବି ଖୋଜା ଚାଲିଛି । ସେଦିନ ନବ ଦାସଙ୍କ ଉପରକୁ ଗୁଳି ମାଡ କରି ଖସି ଯିବା ସମୟରେ ଗୋପାଳକୁ ଧରିବାରୁ ସେ ଯେଉଁ ଫାୟାରିଙ୍ଗ କରିଥିଲେ, ସେହି ଗୁଳି ପଛ ଗାଡିରେ ବାଜିଥିଲା । ତେବେ ଯେଉଁ ଗାଡିରେ ଗୁଳି ବାଜିଥିଲା । ଗୁଳିଟି ଗାଡିକୁ କଣା କରି ଚାଲି ଯାଇଥିଲା । କିନ୍ତୁ ସେହି ଗୁଳି ବି ମିଳିଥିବାରୁ ସେ ଗାଡିରେ ଖୋଜାଖୋଜି କରୁଛି ତଦନ୍ତକାରୀ ଟିମ୍ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp