କିସି କା ଭାଇ କିସି କା ଜାନ |

ବଲିଉଡ଼ର ଭାଇଜାନ୍ ସଲମାନ ଖାନ ତାଙ୍କର ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିସହିତ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି, ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଫିଲ୍ମର ଗୀତ ଏବଂ ଟ୍ରେଲରକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥିବାରୁ ବଡ ପରଦାରେ ଏହାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି ।ସିଲଭର ସ୍କ୍ରିନରେ ପୁଣି ଧୁମ ମଚାଇବେ ଭାଇଜାନ । ପରଦାକୁ ଆସିଲା ସଲମାନଙ୍କ ଫିଲ୍ମ ‘ କିସ କା ଭାଇ କିସି କି ଜାନ ’ । ବିଶ୍ୱସ୍ତରରେ ୫, ୭୦୦ ସ୍କ୍ରିନରେ ରିଲିଜ ହୋଇଛି ଫିଲ୍ମ। ପ୍ରଥମ ଦିନ ପାଇଁ ୧ ଲକ୍ଷ ୩୫ ହଜାର ଟିକେଟ ବିକ୍ରି ସରିଛି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି ।

ପ୍ରଥମ ଦିନରେ ଫିଲ୍ମ ୧୫-୨୦ କୋଟି କଲେକ୍ସନ କରିବ ବୋଲି ଆକଳନ କରିଛନ୍ତି ସିନେ ସମୀକ୍ଷକ । ରୋମାନ୍ସ, ଡ୍ରାମା ଏବଂ ଆକ୍ସନରେ ଭରପୁର ଏହି ଫିଲ୍ମରେ ସଲମାନଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ । ନିଜ ସ୍ୱାଗ ଏବଂ ଆକ୍ସନ ଅବତାରରେ ରୂପେଲୀ ପରଦାକୁ ଫେରିଛନ୍ତି ସଲମାନ । ଫିଲ୍ମରେ ସୁଲତାନଙ୍କ ଲେଡି ଲଭ୍‌ ସାଜିଛନ୍ତିି ପୂଜା ହେଗଡେ ।ଏହି ଫିଲ୍ମ ମାଧ୍ୟମରେ ବଲିଉଡ ଡେବ୍ୟୁ କରୁଛନ୍ତି ସେହନାଜ ଗିଲ ଏବଂ ପଲକ ତିଓ୍ଵାରୀ । ଭେଙ୍କଟେଶ ଓ ଜଗପତି ବାବୁ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ସାଉଥ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଷ୍ଟାରକାଷ୍ଟ ସହ ଫିଲ୍ମରେ ସାଉଥ୍‌ ଷ୍ଟାଇଲ ଆପଣେଇଛନ୍ତି ସଲ୍ଲୁ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ ସାମ୍‌ଜୀ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp